କେନ୍ଦୁଝର,ସମଗ୍ର ଶିକ୍ଷା ଅଭିଯାନ ପକ୍ଷରୁ କେନ୍ଦୁଝର ସଦର ବ୍ଲକର ବିଭିନ୍ନ ବିଦ୍ୟାଳୟରେ ପାଠ ପଢୁଥିବା ୨୭ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଶିକ୍ଷୟୀୟ ଉପକରଣ କିଟ ବଟଂନ କରାଯାଇଛି । ଏହି ଉପଲକ୍ଷେ ଆଟୋପୁର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି କିଟ୍ ସବୁ ବଟଂନ କରାଯାଇଛି । ଏଥିରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବଳରାମ ମହାନ୍ତ, ଆଟୋପୁର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେଶ ଚନ୍ଦ୍ର ଜେନା, ସମଗ୍ର ଶିକ୍ଷା ଅଭିଯାନର ଦିବ୍ୟାଙ୍ଗ ସଂଯୋଜକ ପିତବାସ ସାହୁ ଯୋଗଦେଇ କିଟ୍ ବଟଂନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଦର ବ୍ଳକର ବିଆରଟି ମମତାରାଣୀ ମିଶ୍ର, ଶୁକଦେବ ପାଢୀ ପରିଚାଳନା କରିଥିଲେ । କିଟ ରେ ଥିବା ବିଭିନ୍ନ ଶିକ୍ଷଣୀୟ ଉପକରଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ମାନସିକ ବିକାଶରେ ସହାୟକ ହେବା ସହ ପାଠପଢା ଦିଗରେ ଆଗ୍ରହ ବଢାଇବ ବୋଲି ଆଶା କରାଯାଇଛି ।