କେନ୍ଦୁଝର, କେନ୍ଦୁଝର ଜିଲ୍ଲାରେ ୨୦୨୧-୨୨ ଖରିଫ୍ ବର୍ଷର ଏଫ୍.ଏ.କୁ୍ୟ. ମାନର ଧାନ ସଂଗ୍ରହ ନିମନ୍ତେ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟିର ବୈଠକ ୧୧ ତାରିଖ ଗୁରୁବାର ଦିନ ଦରବାର ହଲଠାରେ ଅନୁÂିତ ହୋଇଯାଇଛି । ଏହି ବୈଠକରେ ଘଷିପୁରା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର, କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀ , ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ପାଟଣା ବିଧାୟକ ଜଗନ୍ନାଥ ନାୟକ, ଚମ୍ପୁଆ ବିଧାୟିକା ଶ୍ରୀମତୀ ମିନାକ୍ଷୀ ମହାନ୍ତ, ଅତିରିକ୍ତ ଜିଲ୍ଲାପାଳ ସୁଷମା ବିଲୁଙ୍ଗ୍, ଜିଲ୍ଲା ଗ୍ରାମ୍ୟଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଧଶକ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । କେନ୍ଦୁଝର ଉପଜିଲ୍ଲାପାଳ ରାମଚନ୍ଦ୍ର କିସ୍କୁ, ଚମ୍ପୁଆ ଉପଜିଲ୍ଲାପାଳ ପ୍ରତାପ ପ୍ରିତିମୟୀ ,ଆନନ୍ଦପୁର ଉପଜିଲ୍ଲାପାଳ ଗୋପୀନାଥ କୁଅଁର, ବେସାମରିକ ଯୋଗାଣ ଅଧିକାରୀ ହାଡିବନ୍ଧୁ ସେଠୀଙ୍କ ସମେତ ଯୋଗାଣ ଓ ସମବାୟ ବିଭାଗର ଅଧିକାରୀ, ନିୟନ୍ତ୍ରିତ ବଜାର କମିଟିର ସଂପାଦକ, ଏଫ୍ସିଆଇ କର୍ମକର୍ତା, ମିଲର ଏବଂ ଚାଷୀ ପ୍ରତିନିଧିମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପ୍ରାରମ୍ଭରେ ସମସ୍ତଙ୍କୁ ସ୍ୱାଗତ ଜଣାଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ବିଲୁଙ୍ଗ୍ ରାଜ୍ୟ ସରକାରଙ୍କ ଧାନ ସଂଗ୍ରହ ନୀତି ସଂପର୍କରେ ଆଲୋକପାତ କରିଥିଲେ । ଶୃଙ୍ଖଳିତ ଭାବେ ଧାନ ସଂଗ୍ରହ ପ୍ରକ୍ରିୟା ପରିଚାଳନା ନିମନ୍ତେ ଯୋଗାଣ ଓ ସମବାୟ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ ଉତମ ସମନ୍ୱୟ ରକ୍ଷା ଉପରେ ତଥା କୌଣସି ପଂଜିକୃତ ଚାଷୀ ଯେପରି ଧାନ ସଂଗ୍ରହ ପ୍ରକ୍ରିୟାରେ କିମ୍ବା ପ୍ରାପ୍ୟ ପାଇବାରେ ହଇରାଣ ହରକତ କିମ୍ବା ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପ୍ରତି ଯନôବାନ ହେବାକୁ ମାନ୍ୟବର ବିଧାୟକ ବୃନ୍ଦ ଗୁରୁତ୍ୱାରୋପ କରିଥିଲେ । ଚାଷୀମାନଙ୍କର ପ୍ରାପ୍ୟ ସମବାୟ ବ୍ୟାଙ୍କ୍ ତଥା ଅନ୍ୟାନ୍ୟ ବ୍ୟାଙ୍କ୍ ତରଫରୁ ଅନ୍ଲାଇନ୍ ମାଧ୍ୟମରେ ଚାଷୀମାନଙ୍କର ବ୍ୟାଙ୍କ୍ ଆକାଉଂଟକୁ ସିଧାସଳଖ ପଠାଯିବ । ଚାଷୀମାନେ ଯେପରି ସେମାନଙ୍କର ପ୍ରାପ୍ୟ ଠିକ୍ ସମୟରେ ପାଇପାରିବେ ସେଥିପ୍ରତି ଯୋଗାଣ ଓ ସମବାୟ ବିଭାଗର ଅଧିକାରୀମାନେ ଯତ୍ନବାନ ହେବାକୁ ନିଦେ୍ର୍ଧଶ ଦିଆଯାଇଥିଲା । ଏତଦ୍ବ୍ୟତୀତ ବୈଠକରେ ଧାନ ସଂଗ୍ରହର ବିଭିନ୍ନ ଦିଗ ଉପରେ ବିଶଦ ଭାବେ ଆଲୋଚନା କରାଯାଇଥିଲା । ବୈଠକରେ ନିଷ୍ପତି ଅନୁଯାୟୀ ବ୍ଲକ ୱାରି ଧାନ ସଂଗ୍ରହ ଆରମ୍ଭ ନିମନ୍ତେ ତାରିଖ ଧାର୍ଯ୍ୟ କରିବାକୁ ବେସାମରିକ ଯୋଗାଣ ଅଧିକାରୀ ଏବଂ ଡି. ଆର. ସି. ଏସ.ଙ୍କୁ ନିଦେ୍ର୍ଧଶ ଦିଆଯାଇଥିଲା । ଧାନ ସଂଗ୍ରହ ଆଗାମୀ ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ଚାଲିବ । ଚଳିତ ବର୍ଷ ଲ୍ୟାମ୍ପସ୍ / ସମବାୟ ସମିତି ଜରିଆରେ ଧାନ ସଂଗ୍ରହ କରାଯିବ ବୋଲି ନିଷ୍ପତି ନିଆଯାଇଛି । ଚଳିତ ବର୍ଷ ଜିଲ୍ଲାରେ ଧାନ ସଂଗ୍ରହ କେନ୍ଦ୍ର ସଂଖ୍ୟା ବୃଦ୍ଧି କରିବା ସଂର୍ମ୍ପକରେ ବୈଠକରେ ଆଲୋଚନା ହୋଇଥିଲା । ବିଗତ ବର୍ଷ ମାନଙ୍କରେ ମଣ୍ଡି ମାନଙ୍କରେ ଧାନ ଦେବାବେଳେ ଚାଷୀମାନେ ସମ୍ମୁଖୀନ ହୋଇଥିବା ସମସ୍ୟାକୁ ଦୃଷ୍ଟିରେ ରଖି ଚଳିତ ବର୍ଷପାଇଁ ଧାନ ସଂଗ୍ରହ କିପରି ଶୃଙ୍ଖଳିତ ହୋଇପାରିବ ସେଥିନିମନ୍ତେ ପଦକ୍ଷେପ ନେବାକୁ ସଂମ୍ପୃକ୍ତ ବିଭାଗୀୟ କତୃପକ୍ଷଙ୍କୁ ନିଦେ୍ର୍ଧଶ ଦିଆଯାଇଥିଲା । ପ୍ରାଧିକୃତ ମିଲର ମାନେ ମଣ୍ଡିରୁ ପ୍ରତିଦିନ ସଂଗୃହିତ ଧାନ ଉଠାଣ କରିବାକୁ ନିଦେ୍ର୍ଧଶ ଦିଆଯାଇଥିଲା । ଧାନ ସଂଗ୍ରହ କେନ୍ଦ୍ରମାନଙ୍କୁ ଆବଶ୍ୟକୀୟ ଧାନ ଓଜନ ଯନ୍ତ୍ର ସହ ଅନ୍ୟାନ୍ୟ ଆନୁସଂଗିକ ଯନ୍ତ୍ରପାତି ଯୋଗାଇ ଦେବାକୁ ନିୟନ୍ତ୍ରିତ ବଜାର କମିଟିମାନଙ୍କୁ ନିଦେ୍ର୍ଧଶ ଦିଆଯାଇଛି ।ଧାନ ସଂଗ୍ରହ ସଂମ୍ପର୍କରେ ସଚେତନତା ସୃଷ୍ଟି ନିମନ୍ତେ ନିୟନ୍ତ୍ରିତ ବଜାର କମିଟିର ସଂପାଦକମାନେ ସଚେତନତା କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ନିଦେ୍ର୍ଧଶ ଦିଆଯାଇଛି । ଜିଲ୍ଲାସ୍ତରୀୟ ବରିÂ ଅଧିକାରୀ ଏବଂ ଉପଜିଲ୍ଲାପାଳମାନେ ଧାନ ସଂଗ୍ରହ ପ୍ରକ୍ରିୟା ତଦାରଖ କରିବାକୁ ବୈଠକରେ ସ୍ଥିରିକୃତ ହୋଇଛି । ପ୍ରତି ଧାନ ସଂଗ୍ରହ କେନ୍ଦ୍ରମାନଙ୍କରେ ଉପଦେଷ୍ଟା କମିଟି ଗଠନ ଓ ଧାନ ସଂଗ୍ରହ ପ୍ରକ୍ରିୟାକୁ କ୍ରି୍ରୟାଶୀଳ କରାଯିବାକୁ ନିଷ୍ପତି ନିଆଯାଇଛି । ମିଲର୍, ଯୋଗାଣ ଓ ସମବାୟ ବିଭାଗର କ୍ଷେତ୍ର କର୍ମଚାରୀମାନଙ୍କୁ ଏବଂ ଧାନ ସଂଗ୍ରହ କେନ୍ଦ୍ରର କର୍ମକର୍ତାଙ୍କୁ ତାଲିମ ପ୍ରଦାନ ପ୍ରକ୍ରିୟା ତୁରନ୍ତ ଶେଷ କରିବାକୁ ନିଦେ୍ର୍ଧଶ ଦିଆଯାଇଛି । ଧାନ ସଂଗ୍ରହ ସଂପର୍କରେ କେନ୍ଦ୍ରୱାରୀ ବିଶଦ କାର୍ଯ୍ୟ ଖସଡା ପ୍ରସ୍ତୁତ କରିବାକୁ ଡି.ଆର.ସ.ଏସ.ଙ୍କୁ ନିଦେ୍ର୍ଧଶ ଦିଆଯାଇଛି । ଚଳିତବର୍ଷ ସାଧାରଣ ଏଫ୍ଏକୁ୍ୟ ମାନ ଧାନର ମୂଲ୍ୟ କ୍ୱିଟାଂଲ ପ୍ରତି ୧୯୪୦ ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ଏଫ୍ଏକୁ୍ୟ ଗ୍ରେଡ୍ ଏ ଧାନର ମୂଲ୍ୟ କ୍ୱିଟାଂଲ ପ୍ରତି ୧୯୬୦ ଟଙ୍କା ଧାର୍ଯ୍ୟ କରାଯାଇଛି ବୋଲି ବେସାମରିକ ଯୋଗାଣ ଅଧିକାରୀ ହାଡିବନ୍ଧୁ ସେଠୀ ସୂଚନା ଦେଇଥିଲେ ।