କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ପୁରୀ ଜିଲ୍ଲା ଆଶାକର୍ମୀ ସଂଘ ପକ୍ଷରୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ଆଶା କର୍ମୀ ଙ୍କୁ ମେଡ଼ିକାଲ ରେ ଦୁର୍ବ୍ୟବହାର ର ପ୍ରତିବାଦ ସମେତ ସର୍ବନିମ୍ନ ମଜୁରୀ , ସ୍ଥାୟୀ ଚାକିରୀ , ସାମାଜିକ ନିରାପତା ବ୍ୟବସ୍ଥା ପ୍ରଦାନ ଦାବି ରେ ପ୍ରତିବାଦ ଓ ବିକ୍ଷୋଭ କରାଯାଇଛି। ସଂଗଠନ ଅଭିଯୋଗ କରିଛି ସରକାର ଙ୍କ ସମସ୍ତ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କାର୍ଯ୍ୟ କରୁଛନ୍ତି ଆଶା କର୍ମୀ । ମା ମାନଙ୍କୁ ମେଡ଼ିକାଲ ଆଣି କିଭଳି ଯତ୍ନ ନିଆଯାଇ ପାରିବ ସେ ନେଇ କାର୍ଯ୍ୟ କରୁଛନ୍ତି। ହେଲେ ଦୁର୍ଭାଗ୍ୟ ର ବିଷୟ ମେଡ଼ିକାଲ ରେ ଡାକ୍ତର , ନର୍ସ ମାନେ ଅନେକ ସମୟ ରେ ଆଶା କର୍ମୀ ଙ୍କୁ ଖରାପ ବ୍ୟବହାର କରୁଛନ୍ତି। ସେହିପରି ଆଶା କର୍ମୀମାନେ ମାତ୍ର ୧୪ ଶହ ଟଙ୍କା ପାରିଶ୍ରମିକ ରେ କାର୍ଯ୍ୟ କରୁଛନ୍ତି। ଯାହାକି ଘର ପରିବାର ଚଳାଇବା ଅସମ୍ଭବ । ସେହିପରି କୌଣସି ସାମାଜିକ ନିରାପତ୍ତା ବ୍ୟବସ୍ଥା ଯେଭଳି କି ବୀମା ବ୍ୟବସ୍ଥା ମଧ୍ୟ ହୋଇ ନାହିଁ। ସ୍ୱାସ୍ଥ୍ୟ କର୍ମୀ ଙ୍କ ଭଳି କାମ କରୁଥିଲେ ମଧ୍ୟ ଆଶା କର୍ମୀ ଙ୍କୁ ସ୍ୱାସ୍ଥ୍ୟ କର୍ମୀ ଙ୍କ ଭଳି ସରକାର କୌଣସି ସୁବିଧା ପ୍ରଦାନ କରୁନାହାନ୍ତି । ଯାହାକି ଅତ୍ୟନ୍ତ ଦୁଃଖ ର ବିଷୟ । ତେବେ ସ୍ୱାସ୍ଥ୍ୟ ସେବା କାର୍ଯ୍ୟ ରେ ପ୍ରମୁଖ ଭୂମିକା ନେଉଥିବା ଆଶା କର୍ମୀ ତୁରନ୍ତ ସରକାର ଆଶା କର୍ମୀ ଙ୍କୁ କାର୍ଯ୍ୟ କ୍ଷେତ୍ରରେ ସଂମ୍ମାନ ପ୍ରଦାନ , ସର୍ବନିମ୍ନ ମଜୁରୀ ପ୍ରଦାନ , ସ୍ଥାୟୀ ନିଯୁକ୍ତି , ବୀମା ସମେତ ସମାଜିକ ନିରାପତ୍ତା ପ୍ରଦାନ ଦାବି କରିଛି ପୁରୀ ଜିଲ୍ଲା ଆଶା କର୍ମୀ ସଂଘ । ନ ହେଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ ସହ ବିରୋଧ କରାଯିବ। ଯେଉଁ ପରିସ୍ଥିତି ସୃଷ୍ଟି ହେବ ସରକାର ଦାୟୀ ରହିବେ ବୋଲି ପୁରୀ ଜିଲ୍ଲା ଆଶା କର୍ମୀ ସଂଘ କହିଛି।
Related Stories
November 22, 2024