
ନୂଆଦିଲ୍ଲୀ, କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମଂତ୍ରଣାଳୟରେ ସ୍ୱାସ୍ଥ୍ୟ ରିପୋର୍ଟକୁ ଡିଜିଟାଲକରଣ ପାଇଁ ଆୟୁସ୍ମାନ ଭାରତ ଡିଜୀଟାଲ ମିଶନରେ ସବୁପ୍ରକାର ଚିକିତ୍ସାର ସୁବିଧା ଓ ସମସ୍ତ ଡାକ୍ତର ମାନଙ୍କ ପଂଜିକରଣ କାମ ଆରମ୍ଭ ହୋଇଛି । ଏହି ପ୍ରକ୍ରିୟା ଆଗକୁ ଯିିବା ପାଇଁ କେଦ୍ରୀୟ ସ୍ୱାସ୍ଥ୍ୟ ସଚିବ ରାଜେଶ୍ ଭୁଷଣ ମଂଗଳବାର ଦିନ ସବୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶର ମୁଖ୍ୟ ସଚିବଙ୍କୁ ପତ୍ର ଲେଖିଛନ୍ତି । ଏହି ପତ୍ରରେ ହସ୍ପିଟାଲର ଥିବା ସମସ୍ତ ସୁବିଧାର ସୂଚନା ଦେବାକୁ ନିର୍ଦେଶ ଦିଆଯାଇଛି । ଏହା ସହିତ ହସ୍ପିଟାଲରେ ନିୟମିତ ଓ ଅନିୟମିତ ସମସ୍ତ ଡାକ୍ତର ଏହଂ ସ୍ୱାସ୍ଥ୍ୟ କର୍ମି ମାନଙ୍କ ସୂଚନା ମଧ୍ୟ ଦେବାକୁ କୁହାଯାଇଛି ।