ନୂଆପଡା,ଓଡ଼ିଆ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ସ୍ମାଟ ବଣ୍ଟନ ନେଇ ରାଜ୍ୟ ସରକାରଙ୍କ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ରେ ସାତ ଗୋଟି ଗ୍ରାମ ପାୟତରେ ଉପସ୍ଥିତ ହୋଇ ହିତାଧିକାରୀ ମାନଙ୍କୁ ବିଜୁ ସ୍ୱାସ୍ଥ୍ୟ ପରିବାର ଯୋଜନା ସ୍ମାର୍ଟ କାର୍ଡ ପ୍ରଦାନ କରିଥିଲେ । ଏହି ଅଵସରରେ କରଙ୍ଗାମାଲ ଗ୍ରାମ ପଞ୍ଚାୟତରେ ସ୍ମାର୍ଟ କାର୍ଡ ବଣ୍ଟନ ପରେ ସ୍ଥାନୀୟ ନୋଡାଲ ହାଇସ୍କୁଲ ରୂପାର୍ନ୍ତରଣ ସ୍କୁଲ ଯୋଜନାରେ ସାମିଲ ହୋଇ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ପ୍ରଦର୍ଶନ କରି ନିକଟସ୍ଥ ଗ୍ରାମୀଣ ଉଦ୍ୟାନ ପାର୍କ ପରିଦର୍ଶନ କରି ଉଭୟ ସ୍କୁଲ ଓ ପାର୍କ କାର୍ଯ୍ୟ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଜେଡି ଜିଲ୍ଲା ସମ୍ପାଦକ ଲମ୍ବୋଦର ନିଆଲ , ବୋଡେ଼ନ ବିଡ଼ିଓ ପୂର୍ଣ୍ଣ ଚନ୍ଦ୍ର ଭୋଇ , କନିଷ୍ଠ ଯନ୍ତ୍ରୀ ସଞ୍ଜୟ କୁମାର ବେହେରା , ଏପିଓ ମନିଭାଇ ଚନ୍ଦ୍ରକାର , କନିଷ୍ଟ ଯନ୍ତ୍ରୀ ସଂଗ୍ରାମ ପରିଡା , ବ୍ଲକ ଅଧ୍ୟକ୍ଷ ପ୍ରେମ ସିଲା ନାଗ , ବୋଡେ଼ନ ତସିଲଦାର ରାଜେଶ କୁମାର ମେହେର , ବିଇଓ ଜଗଦୀଶ ଖମାରି , ଅଶୋକ ବେହେରା , ପିଇଓ ପ୍ରଫୁଲ କୁମାର ନାୟକ , ସରପଞ୍ଚ ପୂର୍ଣ୍ଣିମା ମାଝୀ , ନୃପରାଜ ତାଣ୍ଡି , ପ୍ରମୁଖ ଉପସ୍ଥିତ ଥିଲେ ।