
ନୂଆପଡା, ନୂଆପଡା ଜିଲ୍ଲା ଖଡ଼ିଆଳ ବୁଦ୍ଧିଆ ଡଙ୍ଗର ନିକଟରେ ବନ୍ୟଜନ୍ତୁ ଧରିବା ପାଇଁ ଖଞ୍ଜା ଯାଇଥିବା ବିଦ୍ୟୁତ ତାରରେ ମଣିଷ ଛନ୍ଦି ହୋଇ ମୃତ୍ୟ, ଘଟଣାକୁ ଚାପିବା ଉଦ୍ଦେଶ୍ୟରେ ମୃତ ଦେହକୁ ଜଙ୍ଗଳରେ ଫିଙ୍କିଲେ, ଖଡ଼ିଆଳ ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି। ଏହି ଘଟଣା ନେଇ ଖଡିଆଳ ପଦମପୁର ବୁନ୍ଧିଆ ଜଙ୍ଗଲ ପାଖରେ ଏକ ମୃତ ଦେହକୁ ପୋଲିସ ଜବତ କରିଛନ୍ତି। ଏନେଇ ଖଡିଆଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ବୈଜ୍ଞାନିକ ଦଳ ପହଞ୍ଚି ତଦନ୍ତ ଜାରି ରହିଛି । ଘଟଣା ସ୍ଥଳରେ ଖଡିଆଳ ଏସ ଡି ପି ଓ ସନ୍ତକ ଜେନା, ଆଇ ଆଇସି କୈଳାସ ଚନ୍ଦ୍ର ସେଠୀ, ଏସ ଆଇ ଜିତେନ୍ଦ୍ର ନାୟକ ତଦନ୍ତ କରୁଥିବା ଜଣା ପଡ଼ିଛି।ଘଟଣା ତଦନ୍ତ ପରେ ଶୀଘ୍ର ଅଭିଯୁକ୍ତ ଗିରଫ ହେବେ ବୋଲି ଏସ୍ଡିପିଓ ସନ୍ତକ ଜେନା ପ୍ରକାଶ କରିଛନ୍ତି।