ଗଞ୍ଜାମ, ଡକ୍ଟର୍ସ ଫୋରମ୍ ପକ୍ଷରୁ ମାସିକ ବୈଠକ ଏବଂ ମଧୁମେହ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ଗୋଲାପଲ୍ଲୀ ସାହି ସ୍ଥିତ ଡ଼ା. ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ଚିକିତ୍ସାଳୟ ସଭା ଗୃହରେ ସଭାପତି ଡ଼ା ଶଙ୍କର୍ଷଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଉକ୍ତ ସଭାକୁ ବରିଷ୍ଠ ମଧୁମେହ ବିଶଷଜ୍ଞ ଡ଼ା. ପ୍ରକାଶ ଚନ୍ଦ୍ର ପାତ୍ର ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ । ସଭା ପ୍ରାରମ୍ଭରେ ଦିବଂଗତ ଫୋରମ୍ ର ବରିଷ୍ଠ ସଭ୍ୟ ଅସ୍ଥିଶଲ୍ୟ ବିଭାଗ ପ୍ରଫେସର ସ୍ବର୍ଗତ ଡ଼ା. ବିଜୟ ଷଡ଼ଙ୍ଗୀଙ୍କ ଆତ୍ମାର ସଦଗତି କାମନା କରି ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ନଭେମ୍ୱର ମାସକୁ ବିଶ୍ବ ମଧୁମେହ ପ୍ରତିରୋଧକ ଓ ନିରାକରଣ ପକ୍ଷ ପାଳନ ଅବସରରେ ଏକ ଆଲୋଚାଚକ୍ର ଅନୁଷ୍ଠିତ ହୋଇଛି । ଆଲୋଚନା ଚକ୍ରରେ ମୁଖ୍ୟବକ୍ତା ଭାବେ ମଧୁମେହ ବିଶେଷଜ୍ଞ ଡାକ୍ତର ପ୍ରକାଶ ଚନ୍ଦ୍ର ପାତ୍ର ଆଜିର ଦିନରେ ମଧୁମେହ ପ୍ରତିରୋଧକ ଓ ନିରକରଣରେ ଉଭୟ ଡକ୍ଟର ଏବଂ ରୋଗୀ ଉଭୟ ସଚେତନତା ଉପରେ ଗୁରୁତ୍ବ ଦେବାକୁ ପଡ଼ିବ । ଭାରତ ମଧୁମେହ କ୍ୟାପିଟାଲ ନୁହେଁ ଭାରତ ଡାଇବେଟିସ୍ କେୟାର୍ କ୍ୟାପିଟାଲ ବୋଲି ଅଭିହିତ କରିଥିଲେ । ଆଗାମୀ ଦିନରେ ଅଧିକରୁ ଅଧିକ ଲୋକ ସଚେତନତା କାର୍ଯ୍ୟକ୍ରମରେ ସାମିଲ୍ ହେବାକୁ ସେ ଆହ୍ବାନ କରିଛନ୍ତି । ସଭାପତି ଡ଼ା. ଶଙ୍କର୍ଷଣ ପାତ୍ର ସମସ୍ତେ ମିଳିମିଶି ଏହି ଅଭିଯାନରେ ସାମିଲ ହେବାକୁ ପରାମର୍ଶ ଦେଇ ଥିଲେ । ଏହି ମାସରେ ଜନ୍ମ ଗ୍ରହଣ କରିଥିବା ସଦସ୍ୟ ଡ଼ା ସୁକାନ୍ତ ଶତପଥୀମାନକୁ ମହମୃତ୍ନଜୟ ମନ୍ତ୍ର ପାଠ ସହ ଜନ୍ମ ଦିନର ଶୁଭେଚ୍ଛା ଏବଂ ଦୀର୍ଘ ଜୀବନ କାମନା କରଯାଇଥିଲା। ଡ଼ା ରବିନ୍ଦ୍ର ଗନ୍ତାୟତ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ସମସ୍ତ ସଦସ୍ୟ ଜାତୀୟ ସଙ୍ଗୀତ ଆବୃତ୍ତି କରିଥିଲେ।ସଂପାଦକ ଡ଼ା ଅତୁଲ୍ୟ କୁମାର ପଟ୍ଟନାୟକ ଏବଂ କୋଷାଧ୍ୟକ୍ଷ ଡ଼ା ସମରେନ୍ଦ୍ର ସାହୁ ଙ୍କ ତତ୍ତ୍ଵାବଧାନରେ ପରିଚାଳିତ ଉକ୍ତ ସଭାରେ ଡ଼ା ଇନ୍ଦୁଭୁସନ୍ ପଟ୍ଟନାୟକ, ଡ଼ା ଅଭୟ ନାୟକ ଡ଼ା ରାମକୃଷ୍ଣ ସାହୁ ଡ଼ା ରାଜେନ୍ଦ୍ର ପ୍ରଧାନ, ଡ଼ା ବିପିନ୍ ବିହାରୀ ସାହୁ, ଡ଼ା ମିରବାଈ ପଣ୍ଡା,ଡ଼ା ଅନିଲ ସାହୁ,ଡ଼ା ପ୍ରଶାନ୍ତ ପଣ୍ଡା,ଡ଼ା ଦେବୀ ପଟ୍ଟନାୟକ,ଡ଼ା ପ୍ରସନ୍ନ କୁମାର କର,ଡ଼ା କୈଳାଶ ଚନ୍ଦ୍ର ପାତ୍ର,ଡ଼ା ଗାନ୍ଧୀ ଚୌଧୁରୀ, ଡ଼ା ରାଜେନ୍ଦ୍ର କୁମାର ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ।