ନୂଆଦିଲ୍ଲୀ, ରାଷ୍ଟ୍ରବାଦୀ ସ୍ୱାଧିନତା ସେନାନୀ, ବିଚାରକ ଏବଂ ଶିକ୍ଷାବିତ୍ ମୌଲାନା ଅବୁଲ କଲାମ ଆଜାଦଙ୍କ ଜୟନ୍ତୀ ଅବସରରେ ତାଙ୍କୁ ସ୍ମରଣ କରିବା ସହ ତାଙ୍କ ପ୍ରତି ଭକ୍ତିପୁତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ । କଠିନ ସମୟରେ ରାଷ୍ଟ୍ରୀୟ ଏକତା ଏବଂ ସଦଭାବ ପ୍ରତିଷ୍ଠାରେ ତାଙ୍କର ଭୂମିକା ଗୁରୁତ୍ୱପର୍ଣ୍ଣ ଥିଲା ବୋଲି ଉପରାଷ୍ଟ୍ରପତି ଭବନ ପକ୍ଷରୁ ଜାରୀ କରାଯାଇଥିବା ଟ୍ୱିଟ୍ ରେ ଉଲ୍ଲେଖ ରହିଛି ।