ଗଞ୍ଜାମ, ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ଦିଗାପଡା ପଞ୍ଚାୟତର ଏସ୍ ୩୦ ଠାରୁ ଲାଠୁଳି, ରଘୁନାଥପୁର ଭାୟା ଦିଗାପଡା, ଫାଶି ରାସ୍ତାର ଉନ୍ନତିକରଣ ପାଇଁ ଗତକାଲି ସଂନ୍ଧ୍ୟାରେ ଭିତିପ୍ରସ୍ତର ସ୍ଥାପନ କରାଯାଇଛି । ଏଥି ସହିତ ଖଜାପଲ୍ଲୀ ଠାରୁ ବେଲଝରୀ ଭାୟା ଜାଗିଲିପଦର, ଯୋଗୀଆଗୁଳ, ଦିଗି ରାସ୍ତାର ଉନ୍ନତିକରଣ ପାଇଁ ମଧ୍ୟ ଭିତିପ୍ରସ୍ତର ସ୍ଥାପନ କରାଯାଇଛି । ଆସିକା ସାଂସଦ ପ୍ରମିଳା ବିଷୋୟୀ ଓ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଉପସ୍ଥିତ ରହି ଏହି ଦୁଇଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଆନୁକୂଲ୍ୟରେ ଉଭୟ ରାସ୍ତାର ଉନ୍ନତିକରଣ କରାଯିବ । ରାସ୍ତା ନିର୍ମାଣ ଯଥା ଶୀଘ୍ର ଶେଷ କରିବା ପାଇଁ ବିଧାୟିକା ପରାମର୍ଶ ଦେଇଛନ୍ତି । ଉଭୟ ରାସ୍ତା ନିର୍ମାଣ ହେବା ପରେ ପାଖାପାଖି ୫ ଟି ପଞ୍ଚାୟତର ଜନସାଧାରଣ ଉପକୃତ ହେବେ।
ଏହି ଅବସରରେ ବ୍ଲକ ଅଧ୍ୟକ୍ଷା ପ୍ରତିନିଧି ବିଜୟ କୁମାର ଦୋରା, ଜିଲ୍ଲା ପରିଷଦ ସଦସ୍ୟ ମନୋଜ କୁମାର ପାଣ୍ଡି, ସ୍ଥାନୀୟ ସରପଞ୍ଚ, ସରକାରୀ କର୍ମଚାରୀଙ୍କ ସମେତ ବହୁ ଜନସାଧାରଣ ଉପସ୍ଥିତ ଥିଲେ ।