
-
ଶତାଧିକ ଆନ୍ଦୋଳନକାରୀ ଗିରଫ
ବରଗଡ଼, ବରଗଡ ଏସପି ଅଫିସ ଘେରାଉ ବେଳେ ଆଜି ପୋଲିସ ଓ ବିଜେପି ଯୁବମୋର୍ଚ୍ଚା କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ଭଳି ସ୍ଥିତି ଉପୁଜିଛି । ଘଟଣାରେ ଯୁବ ମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟଙ୍କ ସମେତ ଶତାଧିକ ଆନ୍ଦୋଳନକାରୀ ବିପେି କର୍ମୀଙ୍କୁ ଗିରଫ କରିଛି ପୋଲିସ । କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ମହାଲିଙ୍ଗ ସନ ସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଓ ମାମଲାର ସିବିଆଇ ତଦନ୍ତ ଦାବିରେ ଆଜି ପ୍ରଥମେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଏସପି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।