ବଲାଙ୍ଗିର, କୋସଲି କିଷାନ ସଭା ପକ୍ଷରୁ ଲୋଇସିଙ୍ଗା ବିଧାନସଭା ସମେତ ବଲାଙ୍ଗିର ଜିଲ୍ଲାକୁ ମରୁଡି ଆଞ୍ଚଳ ଘୋଷାଣ ଦାବୀ କରି ଜିଲ୍ଲା ମୁଖ୍ୟାଳୟ ଆଗରେ ବରିଷ୍ଠ ଚାଷୀ ମାନଙ୍କର ୮ ଘଣ୍ଟିଆ ପ୍ରତୀକ ଧାରଣା ଓ ଧର୍ମଘଟ ଅନୁଷ୍ଠିତ ହୋଇଯାଇଛି । ଆଜି ସକାଳ ୧୦ଟା ଠାରୁ ଆରମ୍ଭ ହୋଇଥିବା ଏହି ଧାରଣାସ୍ଥଳରେ ବୟୋଜ୍ୟେଷ୍ଠ ଚାଷୀ ମାନେ ବିଭିନ୍ନ ପ୍ଲାକାର୍ଡ ଧରି ନିରବତାର ସହିତ ସେମାନଙ୍କର ଦାବୀ ଜଣାଇଥିଲେ । ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ୧୧ ଦଫା ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ । ସମ୍ପୂର୍ଣ୍ଣ ମରୁଡି ଗ୍ରସ୍ତ ଘୋଷାଣ କରି ସବୁପ୍ରକାର ସହାୟତା ପ୍ରଦାନ ପ୍ରଦାନ ସଙ୍ଗେ ଉଠାଜଳସେଚନ ପାଇଁ ବିଦ୍ୟୁତ୍ ଶୁଳ୍କ ଛାଡି ଦେବା, ସ୍ଵଳ୍ପ ମିଆଦି ଋଣକୁ ଦୀର୍ଘ ମିଆଦି କରିବା, ସେସ ମାଲ୍ ଗୁଜାରି ଜଳକର ଛାଡି ଦେବା ସହ ସ୍କୁଲ କଲେଜ ଛାତ୍ର ଛାତ୍ରୀଙ୍କ ସବୁପ୍ରକାର ଦେୟ ଛାଡ, ୧୫ ଦିନ ମଧ୍ୟରେ ରବି ଚାଷଙ୍କୁ ବିହନ କିଟ ନାଶକ ଔଷଧ ଯୋଗାଇଦେବାକୁ ଦାବୀପତ୍ରରେ ଉଲ୍ଲେଖ କରାଯାଇଛି । ଦାବି ପୂରଣ ନ ହେଲେ ଅନିର୍ଦ୍ଦିଷ୍ଟ କାଳ ହରତାଳ କରିବା ପାଇଁ ସେମାନେ ଜଣାଇଛନ୍ତି ।