-
ରାଷ୍ଟ୍ର ର ବିକାଶ ରେ ସ୍ବଦେଶୀର ବ୍ୟବହାର ଆବଶ୍ୟକ- ସ୍ବଦେଶୀ ଜାଗରଣ ମଞ୍ଚ,
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ଆଜି ରାଷ୍ଟ୍ର ଋଷି ଦତପନ୍ତ ଠେଙ୍ଗଡି ଜୀ ଙ୍କ ଜୟନ୍ତୀ ଉପଲକ୍ଷେ ସ୍ବଦେଶୀ ଜାଗରଣ ମଞ୍ଚ ପୁରୀ ତରଫରୁ ଏକ ଆଲୋଚନା ଚକ୍ର ବଡ଼ଦାଣ୍ଡସ୍ଥିତ ଗୋଏଙ୍କା ଧର୍ମଶାଳା ଠାରେ ଅନୁଷ୍ଠିତ ହୋଇଥିଲା | ନଗର ସଂଯୋଜକ ମନୋଜ କୁମାର ଅଗ୍ରୱାଲ ସଭା କାର୍ଯ୍ୟ ପରିଚାଳନା କରି ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ।ଅତିଥିମାନେ ଦ୍ୱୀପ ପ୍ରଜ୍ଜ୍ୱଳନ କରି ଭାରତ ମାତା ଓ ଠେଙ୍ଗଡି ଜୀଙ୍କୁ ପୁଷ୍ପାଞ୍ଜଳି ଦେଇଥିଲେ |
ରାଷ୍ଟ୍ର ର ବିକାଶ ରେ ସ୍ବଦେଶୀର ବ୍ୟବହାର ଏକାନ୍ତ ଆବଶ୍ୟକ ବିଷୟ ରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ବିଭାଗ ସଙ୍ଘଚାଳକ ମନୋରଞ୍ଜନ ସାହୁ ଓ ମୁଖ୍ୟବକ୍ତା ଭାବେ ପୁରୀ ସୁରଜମଲ୍ଲ ଶାହା ମହାବିଦ୍ୟାଳୟ ର ଅଵସରପ୍ରାପ୍ତ ଅଧ୍ୟକ୍ଷ କାର୍ତିକ ଚନ୍ଦ୍ର ଦାସ ଯୋଗ ଦେଇଥିଲେ।ସମ୍ମାନୀତ ବକ୍ତା ଭାବେ ସ୍ବଦେଶୀ ଜାଗରଣ ମଞ୍ଚ ର ରାଜ୍ୟ ସଙ୍ଘର୍ଷ ବାହିନୀ ପ୍ରମୁଖ ସଚୀନନ୍ଦନ ଦାଶ ଯୋଗ ଦେଇ କହିଥିଲେ ଦେଶର ବିକାଶ ପାଇଁ ତଥା ଅର୍ଥନୀତି ର ସମୃଦ୍ଧି ପାଇଁ ସ୍ବଦେଶୀ ର ବ୍ୟବହାର ନିତାନ୍ତ ଜରୁରୀ।ନିଜର ଅଞ୍ଚଳରେ ତିଆରି ହେଉଥିବା ଜିନିଷ କୁ ବ୍ୟବହାର କରିବା ପାଇଁ ସଭାରେ ଗୁରୁତ୍ୱ ପ୍ରଦାନ କରିଥିଲେ।ସମାଜର ସର୍ବନିମ୍ନ ବ୍ୟକ୍ତି ର ବିକାଶ ରେ ଦେଶର ବିକାଶ କଥା କୁ ଜୋର ଦେଇଥିଲେ। ଆଲୋଚନା ରେ ବିଶ୍ଵନାଥ ପଣ୍ଡା, ବାମଦେବ ନାୟକ, କମଳିନୀ ମହାପାତ୍ର, ଶୋଭନ ଦାସ, ଉପେନ୍ଦ୍ର ବିଶୋଇ, ଜଗନ୍ନାଥ ଷଡ଼ଙ୍ଗୀ, ପୂର୍ଣ୍ଣ ଚନ୍ଦ୍ର ମିଶ୍ର ଅଂଶ ଗ୍ରହଣ କରିଥିଲେ |ପୂର୍ଣ୍ଣ ଚନ୍ଦ୍ର ଦାସ, ଅକ୍ଷୟ ଦାସ,ବିଚିତ୍ର ରଂଜନ ସାହୁ, ସବିତା ବିଶୋଇ, କବିତା ପ୍ରଧାନ,ଜଗନ୍ନାଥ କୁଣ୍ଡୁ, ସୁରେନ୍ଦ୍ର ମହାପାତ୍ର, ପ୍ରିୟଙ୍କା ମହାପାତ୍ର ଉପସ୍ଥିତ ଥିଲେ |ବିଶିଷ୍ଟ କବି ଓ ଲେଖକ ସାରଙ୍ଗ ଧର ଷଡ଼ଙ୍ଗୀ ମଧ୍ୟ ସଭାରେ ଯୋଗ ଦେଇଥିଲେ।ସର୍ବଶେଷରେ ଅଶୋକ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।