ଜୟପୁର, ଜୟପୁର ସଂନ୍ଧ୍ୟା ଫଙ୍କସନ ହଲ ଠାରେ କୋରାପୁଟ ଜିଲା କଂଗ୍ରେସ କମିଟିର ଜିଲା ସ୍ତରୀୟ କାଯ୍ୟକାରିଣୀ ବୈଠକ ସହ ପ୍ରାକ ପ୍ରସ୍ତୁତି ବୈଠକ ଅନୁଷ୍ଟିତ ହୋଇଛି । ଜିଲା ସଭାନେତ୍ରୀ ମିନାକ୍ଷୀ ବାହିନିପତି ଙ୍କ ଆହ୍ୱାନରେ ଅନୁଷ୍ଟିତ ବୈଠକରେ ସମସ୍ତ କଂଗ୍ରେସ କର୍ମି ଏକ ହୋଇ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତିଙ୍କ ନେତ୍ୃତ୍ୱରେ ତ୍ରୀ ସ୍ତରୀୟ ପଞ୍ଚାୟତ ନିବାଚନ ଲଢିବା ପାଇ ନିଷ୍ପତ୍ତି ନେଇଛନ୍ତି । ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କଂଗ୍ରେସ ପଞ୍ଚାୟତର ନିବାଚନର ବିଗୁଲି ବଯାଇଥିବା ବେଳେ ନିବାଚନରେ ୧୪ଟି ବ୍ଲକରେ କଂଗ୍ରେସ ଅଧ୍ୟକ୍ଷ କରିବା ସହ ୨୯ଟି ଜିଲା ପରିଷଦ ମଧ୍ୟ କଂଗ୍ରେସ ଆକ୍ତିଆର କୁ ଆଣିବ ବୋଲି ଉପସ୍ଥିତ ନେତା ମାନେ ନିଜ ନିଜ ଅଭିଭାଷଣରେ ମତ ରଖିଥିଲେ । ବିଜେଡିର ନାରି ଧର୍ଷଣ, ମହିଳାଙ୍କୁ ନିଯ୍ୟାତନା, ବେକାରି ସମସ୍ୟା , ଓ ବିଜେପିର ବିଜେପି ପ୍ରଧାନ ମନ୍ତ୍ରୀ ଲୋକଙ୍କୁ ମିଛ କହି ଭୋଟ ନେଇ ଥିଲେ , ଦର ଦାମ ବୃଦ୍ଧି,ଲୋକଙ୍କୁ ମିଥ୍ୟା ପ୍ରତିଶ୍ରୃୁତି ଦେଇ ପ୍ରତାରଣା କରିଥିବା ମୁଦା କୁ ଧରି ଲୋକ ଙ୍କ ପାଖରେ କଂଗ୍ରେସ ପହଞ୍ଚିବ । ପଞ୍ଚାୟତ ନିବାଚନ ପାଇ ରଣନିତି ପ୍ରସ୍ୁତି କରିବା ସହ ବିଧାୟକ ବାହିନିପିତ ଦଳିୟ କର୍ମି ଓ ନେତାଙ୍କୁ ପଞ୍ଚାୟତ ନିବାଚନ ବିଜୟ ପାଇ ଗୁରୁ ମନ୍ତ୍ର ଦେଇଥିଲେ । କୋରାପୁଟ ଜିଲାରେ ହିତ ପାଇ ସମସ୍ତେ ଏକ ଜୁଟ ହୋଇ ନିବାଚନ ଲଢିବାକୁ ଆହ୍ୱାନ କରିଥିଲେ । ଏହା ସହ ସଭ୍ୟ ଗ୍ରହଣ ଉପରେ ଆଲୋଚନା ହୋଇଥିଲା । ବୁଥ ସ୍ତରକୁ ଯାଇ କଂଗ୍ରେସ ସଭ୍ୟ ଗ୍ରହଣ କରିବାକୁ ସମସ୍ତ ବ୍ଲକ ସଭାପତି, ନଗର ସଭାପତି ଓ ପଞ୍ଚାୟତ ସଭାପତି ଙ୍କୁ କଂଗ୍ରେସ ସଭାନେତ୍ରୀ ମିନାକ୍ଷି ବାହିନିପତି ଆହ୍ୱାନ କରିଥିଲେ । ଆସନ୍ତା ୧୨ ତାରିଖରେ ମମିତି ହତ୍ୟା ମାମଲାରେ ଜଡିତ ଥିବା ଗୃହ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରକୁ ମନ୍ତ୍ରୀ ପଦରୁ ବହିଷ୍କାର ସହ ଗିରଫ ଦାବିରେ ଓଡିଶା ବନ୍ଦ ଡକରା ଦିଆଯାଇଥିବା ବେଳେ କୋରାପୁଟ ଜିଲା ରେ ବନ୍ଦ ରହିବ । ଜିଲାର ବ୍ୟବସାୟିଙ୍କ ଠାରୁ ଆରମ୍ବ କରି ବସ , ଟ୍ରକ ଆସୋସିଏସନ ସହଯୋଗ କରି ବନ୍ଦ କୁ ସମର୍ଥନ କରିବାକୁ ଆହ୍ୱାନ ଦିଆଯାଇଥିଲା । ବୈଠକରେ ଜିଲା ଉପ ସଭାପତି ବିନୋଦ ମହାପାତ୍ର,ଜିଲା ମହିଳା ସଭାନେତ୍ରୀ ନଳିନି ରଥ, ଯୁବ କଂଗ୍ରେସ ସଭାପତି ସୁକାନ୍ତ ପଟ୍ଟନାୟକ, ପୁବତନ ବିଧାୟକ ରାମ କାଡାମ.ସମସ୍ତ ବ୍ଲକ ସଭାପତି, ନଗର ସଭାପତି ଉପସ୍ଥିତ ଉପସ୍ଥିତ ଥିଲେ ।