ଭୁବନେଶ୍ୱର, ରାଜଧାନୀ ଭୁବନେଶ୍ୱରରେ ଆତଙ୍କରାଜ ସୃଷ୍ଟି କରୁଥିବା ରକ୍ତଚରିତ୍ର ଗ୍ୟାଙ୍ଗର ଅନ୍ୟ ୨ ଜଣ ଅଭିଯୁକ୍ତ ଆଜି ଆତ୍ମସମର୍ପଣ କରିଛନ୍ତି । ରକ୍ତଚରିତ୍ର ଗ୍ୟାଙ୍ଗର ଅନ୍ୟତମ ୨ ଅଭିଯୁକ୍ତ ସନାତନ ବେହେରା ଓ ରାଜେଶ ବେହେରା ସ୍ଥାନୀୟ ଏସ୍ଡିଜେଏମ୍ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି । ଦୁଇ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ ହେବା ପରେ କୋର୍ଟ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି ।
ଭୁବନେଶ୍ୱରରେ ଆତଙ୍କରାଜ ସୃଷ୍ଟି କରୁଥିବା କେବିଏନ୍ ଗ୍ୟାଙ୍ଗ୍ କୁ କାବୁ କରିବା ପାଇଁ କମିସନରେଟ୍ ପୁଲିସ ଏବେ ଜୋରଦାର୍ ଅଭିଯାନ ଚଳାଇଛି । ଏହି ଗୋଷ୍ଠୀ ଭୁବନେଶ୍ୱରରେ ନିଜ ଆତଙ୍କରାଜ ଲୋକଲୋଚନକୁ ଆଣିବା ପାଇଁ ସାମାଜିକ ଗଣମାଧ୍ୟମକୁ ଅସ୍ତ୍ର କରୁଥିଲେ । ରାଜରାସ୍ତାରେ ଖଣ୍ଡା ବୁଲାଇ ଏବଂ ବନ୍ଧୁକ ଫୁଟାଇ ଆତଙ୍କ ସୃଷ୍ଟିକାରୀ ଭିଡିଓ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିବା ପରେ ନିଜକୁ ‘ବିବିଏସ୍ଆର ଟାଉନ ଟାଇଗର୍ସ’ ବା ‘ଭୁବନେଶ୍ୱରର ସହରୀ ବାଘ’ ବୋଲି ଲେଖୁଥିଲେ ।