ଭବାନୀପାଟଣା,ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଗତକାଲି ଭବାନୀପାଟଣାରେ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେଓ୍ବାଇ) ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ ପରେ ଆଜି ଜୁନାଗଡ଼ ବ୍ଲକର ତଳଜାରିଙ୍ଗ ପଞ୍ଚାୟତରେ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଦ୍ୱାରା ହିତାଧିକାରୀଙ୍କୁ ବିଏସକେଓ୍ବାଇ ସ୍ମାର୍ଟ କାର୍ଡ ବଣ୍ଟନ କରାଯାଇଛି । ସ୍ମାର୍ଟକାର୍ଡର ସୁବିଧା ସୁଯୋଗ କିଭଳି ସାଧାରଣଜନତା ପାଇପାରିବେ ସେ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ମିଶ୍ର ବିଷଦ ଭାବେ ଉପସ୍ଥିତ ଜନତାଙ୍କୁ ସରଳ ଭାଷାରେ ବୁଝାଇ ଥିଲେ ଓ ହିତାଧିକାରୀଙ୍କୁ କାର୍ଡ ବିତରଣ କରିଥିଲେ ।
ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଡିଓ ତୁଳାରାମ ମାରାଣ୍ଡି, ସରପଞ୍ଚ କୁଞ୍ଜ ପ୍ରଧାନ, ସମିତି ସଭ୍ୟ ପଦ୍ମଲୋଚନ ମାଝୀ, ପିଇଓ କିରଣ ଚନ୍ଦ୍ର ସାହୁ, ପୂର୍ବତନ ସରପଞ୍ଚ ଗୌରୀ ଶଙ୍କର ପାତ୍ର ଯୋଗ ଦେଇଥିଲେ । ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ମନ୍ତ୍ରୀଙ୍କ ବ୍ୟକ୍ତିଗତ ପିଏ ଦିନେଶ କୁମାର ବଗର୍ତ୍ତି, ଭକ୍ତ ଚରଣ ମାଝୀ, ଉଦିଆ ନିଆଲ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ହିତାଧିକାରୀଙ୍କୁ ସର୍ଵ ମୋଟ୍ ୩୦ଟି କାର୍ଡ ବଂଟନ କରାଯାଇଥିଲା । ଏଥିରେ ବହୁ ସଂଖ୍ୟାରେ ମହିଳା ଓ ଆଶା କର୍ମୀ, ଅଙ୍ଗନବାଡ଼ି କର୍ମୀ, ଶିକ୍ଷକ ଶିକ୍ଷୟିତ୍ରୀ, ୱାର୍ଡ ମେମ୍ବର ମାନେ ଯୋଗ ଦେଇଥିଲେ ।