ଗଞ୍ଜାମ, ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଅନ୍ତର୍ଗତ ଅଣ୍ଡରାସିଂହ ଗ୍ରାମରେ ପୁଣି ଘଟିଛି ରାଜନୈତିକ ହିଂସା । ଶେରଗଡ଼ ବାଇପାସ୍ ସ୍ଥିତ ପାଟଖଣ୍ଡା ହୋଟେଲ ଆଗରେ ଗତକାଲି ଘଟିଛି ଏହି ହିଂସାକାଣ୍ଡ । ଦୁଇ ଜଣ ପରସ୍ପରକୁ ଛୁରିରେ ଆକ୍ରମଣ କରିଥିଲେ । ଫଳରେ ଉଭୟେ ଗୁରୁତର ଭାବେ ଆହତ ହୋଇଥିଲେ । ରକ୍ତ ଜୁଡ଼ୁବୁଡୁ ଅବସ୍ଥାରେ ସେମାନଙ୍କୁ ଚିକିତ୍ସା ନିମନ୍ତେ ପ୍ରଥମେ ଶେରଗଡ଼ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ଅଧିକ ଚିକିତ୍ସା ନିମନ୍ତେ ଦୁହିଁଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଆହତ ମାନେ ହେଲେ ଗୋଟିଏ ପଟରେ ସୁଶାନ୍ତ ସାମଲ ଓ ଅନ୍ୟ ପଟର ଅନୁ ନାୟକ । ଏନେଇ ଉଭୟ ପକ୍ଷରୁ ଶେରଗଡ଼ ଥାନାରେ ଏତଲା ପରେ ପୋଲିସ ଏ ସଂକ୍ରାନ୍ତରେ କେସ୍ ନଂ ୨୪୩/୨୧ ଓ ୨୪୪/୨୧ ରେ ପୃଥକ୍ ପୃଥକ୍ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଚଳାଇଛି । ଶେରଗଡ ଥାନା ଅଧିକାରିଣୀ ମମତା କୁମାରୀ ସାମନ୍ତରାୟ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଘଟଣାସ୍ଥଳରେ ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ଉମା ଶଙ୍କର ସିଂ ପହଁଚି ତଦନ୍ତ ଚଳାଇଛନ୍ତି । ପୋଲିସ ଉଭୟ ପକ୍ଷରୁ କେତେକ ଯୁବକଙ୍କୁ ଥାନାକୁ ଅ।ଣି ପଚରା ଉଚୁରା ଚଳାଇଛି ।