
ବଲାଙ୍ଗିର, ବଲାଙ୍ଗିର ଜିଲ୍ଲା ବେଲପଡା ପୋଲିସ ଦ୍ବାରା ଏକ ଚାଉଳ ବୋଝେଇ ଟ୍ରକ୍ ଜବତ କରାଯିବା ସହ ଡ୍ରାଇଭରକୁ ଥାନାରେ ଅଟକ ରଖାଯାଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକ ଅନ୍ତର୍ଗତ ସଲଣ୍ଡି ପଞ୍ଚାୟତ ଅଧୀନସ୍ଥ ଉଡିଙ୍ଗ ଓ ଲଥାକେନ୍ଦ ମଝିରେ ଥିବା ଶ୍ୟାମ ଜୀ ମିଲକୁ ଗତରାତି ପ୍ରାୟ ୨ଟାରେ ଏକ ଦଶଚକିଆ ଟ୍ରକ୍ ନମ୍ବର ଓଅ।ର ୧୪ ଏସ- ୩୨୦୨ ରାଉରକେଲାରୁ ଆସୁଥିବା ବେଳେ ବେଲପଡା ଥାନା ଅଧିକାରୀ ବୁଲୁ ମୁଣ୍ଡା ଚଢ଼ଉ କରି ଟ୍ରକ୍ କୁ ଥାନାକୁ ଆଣିଥିଲେ ଓ ଡ୍ରାଇଭର ସୁରେଶ ଯାଦବ (୨୨) ପିତା.ହରିନ୍ଦ୍ର ଯାଦବକୁ ଥାନାରେ ଅଟକ ରଖି ପଚରାଉଚରା କରୁଛନ୍ତି । ସେହି ଟ୍ରକ୍ ଭିତରେ ୫୦ କେଜି ଓଜନର ୫00 ବସ୍ତା ଚାଉଳ ଥିବା ବେଳେ ଏହା କି ଚାଉଳ କଣ ପାଇଁ ଆସିଥିଲା ଜଣାଯାଇ ନାହିଁ । ଟ୍ରକ ରେ ଥିବା ଚାଉଳ ପାଇଁ ମିଲ୍ ମାଲିକ ଥାନାକୁ ଆସିଥିଲେ ମଧ୍ୟ ସନ୍ତୋଷ ଜନକ କାଗଜ ପତ୍ର ଦେଖାଇ ପାରିନାହାଁନ୍ତି । ପୋଲିସ ତଦନ୍ତ ଚାଲିଛି । ଶେଷ ଖବର ସୁଦ୍ଧା ଏନେଇ କୌଣସି ମାମଲା ରୁଜୁ ହୋଇନାହଁ ।