ନୂଆପଡା, ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବଣ୍ଟନ କରାଯାଇଛି। ନୂଆପଡ଼ା ଜିଲ୍ଲା ସିନାପାଲିରେ ରାଜ୍ଯ ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହି କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ସିନାପାଲି ସ୍ଥିତ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ପରିସରରେ ଏହି ସମାରୋହରେ ସମ୍ମାନିତ ଅତିଥି ଭାବରେ ରାଜ୍ଯ ମତ୍ସ୍ୟ ଉନ୍ନୟନ ନିଗମର ଅଧ୍ୟକ୍ଷ ଅସିତ ପଟ୍ଟନାୟକ ଉପସ୍ଥିତ ଥିବା ବେଳେ ଜିଲ୍ଲାପରିଷଦ ସଦସ୍ୟ ପ୍ରିୟରଞ୍ଜନ ମେହେର, ଅନ୍ୟତମ ଜିଲ୍ଲାପରିଷଦ ସଦସ୍ୟ ଦୋଳକାନ୍ତି ମାଝି, ସିନାପାଲି ବ୍ଲକ ଅଧ୍ୟକ୍ଷା ତପସ୍ଵିନୀ ମାଝି, ବିଜେଡ଼ିର ଯୁବ ସଭାପତି ପ୍ରଦୀପ ପ୍ରଧାନ, ରମେଶ ତିୱାରୀ, ସିନାପାଲି ସରପଞ୍ଚ ସୀତାରାମ ମେହେର, ସିନାପାଲି ବିଡିଓ ସଦାଶିବ ନାଏକ, ଜିଲ୍ଲା ପଞ୍ଚାୟତ ଅଧିକାରୀ ବିବେକାନନ୍ଦ ମହାନନ୍ଦ,ତହସିଲଦାର ଲୋକନାଥ ଶବର, ଡ଼ବ୍ଲ୍ୟୁଇଓ ସୂର୍ଯ୍ୟକାନ୍ତ ଭୋଇ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିଥିଲେ। ସେହିପରି ଆଶାକର୍ମୀ, ଅଙ୍ଗନୱାଡ଼ି କର୍ମୀ, ସମାଜିକ କର୍ମୀ ସମେତ ଅନେକ ଅଧିକାରୀ, କର୍ମଚାରୀ ତଥା ଅଞ୍ଚଳର ଜନସାଧାରଣ ଉପସ୍ଥିତ ରହିଥିଲେ। ସିନାପାଲି ବ୍ଲକ ରେ ସର୍ବମୋଟ ୩୩ ହଜାର ୨୫୦ ଜଣଙ୍କୁ ଏହି ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରାଯାଇଛି।
Related Stories
November 22, 2024