
କନ୍ଧମାଳ, ଖଜୁରୀପଡା ବ୍ଲକ ବିଜେପି ତରଫରୁ ଆଜି ମମିତା ମେହେର ହତ୍ୟାକାଣ୍ଡ ଘଟଣା ରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଗ୍ରୁହ ରାଷ୍ଟ୍ରମନ୍ତ୍ରୀ ଆଇନ୍ ମନ୍ତ୍ରୀଙ୍କୁ ସାମାଜିକ ବାସନ୍ଦ ପ୍ରତିବାଦ କରିବାକୁ ଯାଇ ଏକ ବିଶାଳ ଶୋଭାଯାତ୍ରା ଖଜୁରୀପଡା ଲ୍ୟାମ୍ପସେସ ପରିଷରରରୁ ବାହାରି ବ୍ଲକ କାର୍ଯ୍ୟାଳୟ ରେ ପହଞ୍ଚି ନାରାବାଜି କରିବା ସହ ମମିତା ମେହେର ହତ୍ଯାକାରୀ ଙ୍କ ସହ ସମ୍ପର୍କରେ ଥିବା ପଂଚାୟତ ରାଜ ମନ୍ତ୍ରୀ ପ୍ରତାପ ଜେନା ଗ୍ରୁହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମେତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ କୁଶପୁତଳିକା ଦାହ କରାଯାଇଥିଲା। କାର୍ଯ୍ୟକ୍ରମ ରେ ଖଜୁରୀପଡା ମଣ୍ଡଳ ସଭାପତି ଦଶରଥ ସାହୁ ବଲସକୁମ୍ପା ମଣ୍ଡଳ ସଭାପତି ରାଜେନ୍ଦ୍ର ବେହେରା, ଦଳପଡା ସରପଂଚ ତଥା ମଣ୍ଡଳ ସାଧାରଣ ସମ୍ପାଦକ ରଂଜନ କୁମାର କହଁର, ଜିଲ୍ଲା ଏସସି ମୋର୍ଚ୍ଚା ସଭାପତି ଅନନ୍ତ କୁମାର ଦିଗାଲ, ଆଦୀବାସୀ ମୋର୍ଚ୍ଚା ସାଧାରଣ ସମ୍ପାଦକ ସୁବାସ ଯାନୀ, ଜିଲ୍ଲା ସାଧାରଣ ସମ୍ପାଦକ ଲିଙ୍ଗରାଜ ଦଳବେହେରା, ଯୁବମୋର୍ଚା ସଭାପତି ରାଇକିଶୋର ପ୍ରଧାନ କେଦାର ଗୌରୀ ସାହୁ, ବିକ୍ରମସେନ ଦେହୁରୀ, ଗୋଲକ କୁମାର ମଲିକ, ଆସ୍ତିକ ମଲିକ, ସମୀର ପ୍ରସାଦ ଝାଙ୍କର ଅନୀଲ କୁମାର ସେଠୀ, ମନୋଜ କୁମାର ପଣ୍ଡା ଆରତୀ ବେହେରା, ଉର୍ବଶୀ ଦିଗାଲ,ନବାତୀ ଯାନୀ ଏବଂ ବହୁ କାର୍ଯ୍ୟକର୍ତ୍ତା ଯୋଗଦାନ କରିଥିଲେ।