କନ୍ଧମାଳ, ପ୍ର୍ରାକଟିସ ଓ ସାମ ମାନେ ଜ ମେଣ୍ଟ ତାଲିମ ଶିବିର ଫୁଲବାଣୀ ମୃତିକା ସରଂକ୍ଷଣ କଂନଫ୍ରେନ୍ସ ହଲ ରେ ଅନୁଷ୍ଠିତ ଫୁଲବାଣୀ ସମାଜ ମଙ୍ଗଳ ବିଭାଗ ପକ୍ଷରୁ ଫୁଲବାଣୀ ମୃତିକା ସରଂ କ୍ଷଣ କନଫରେନ୍ସ ହଲ ରେ ପ୍ରାକଟିସ ଓ ସାମ ମାନଜ ମେଣ୍ଟ ତାଲିମ ଶିବିର ଅନୁଷ୍ଠିତ ହୋଇ ଯାଇଛି! ସାମ୍ ଚାଇଲଡ ମ୍ୟାନେଜମେଣ୍ଟ, ନବଜାତଓ ବର୍ଦ୍ଧିତ ଶିଶୁର ଖାଦ୍ୟ ଅଭ୍ୟାସ, ଗୋଷ୍ଠୀ ରେ ଅପପୁଷ୍ଟି ଶିଶୁର ପରିଚାଳନା, ସମ୍ବନ୍ଧ ରେ ଏକ ତିନିଦିନିଆ ତାଲିମ ଶିବିର ଆରମ୍ଭ ହୋଇଛି। କନ୍ଧମାଳ ଜିଲ୍ଲାର ୩୨ ଜଣ ମହିଳା ଓ ଶିଶୁ ପର୍ଯ୍ୟବେକ୍ଷିକା ମାନଙ୍କୁ ତାଲିମ ପ୍ରଦାନ କରାଯାଉଥିବା ଜଣାପଡିଛି। କନ୍ଧମାଳ ଜିଲ୍ଲା ରୁ ଶ୍ରୀମତୀ କ୍ରିଷ୍ଣା ପଣ୍ଡା, ରତ୍ନା ବେହେରା, ସୁଧାରାଣୀ ପ୍ରଧାନ, ଅଞ୍ଜଳି ପ୍ରଧାନ, ଅଳକା ମହାନ୍ତି ଓ ପ୍ରଭାତୀ ମଞ୍ଜରୀ ଦାସ ପ୍ରମୁଖ ଭୁବନେଶ୍ୱର ଯାଇ ତାଲିମ ଗ୍ରହଣ କରିଥିଲେ। ଏହି ମହିଳା ଓ ଶିଶୁ ପର୍ଯ୍ୟବେକ୍ଷିକା ମାନେ ଜିଲ୍ଲର ୩୨ ଜଣ ପର୍ଯ୍ୟବେକ୍ଷିକା ଙ୍କୁ ତାଲିମ ପ୍ରଦାନ କରୁଛନ୍ତି। ଏହି କାର୍ଯ୍ୟକ୍ରମ ରେ କନ୍ଧମାଳ ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମଞ୍ଜୁଳା ପ୍ରଧାନ, ପ୍ରୋଗ୍ରାମ ଅଫିସର ଏସ. ଗାୟତ୍ରୀ, ଏନୋପି ମ୍ୟାନେଜେର ସୁନୀଲ ବେହେରା ପ୍ରମୁଖ ଯୋଗ ଦେଇଥିଲେ।