
ବଲାଙ୍ଗିର, ପ୍ରଜାପତିରେ ବିଶ୍ଵ ରେକର୍ଡ ପ୍ରସ୍ତୁତିରେ ଯୁବା ବ୍ୟବସାୟୀବଲାଙ୍ଗିର ୮ ନଭେମ୍ବର ୨୦୨୧ ଦୀର୍ଘ ଆଠ ବର୍ଷ ହେଲା, ରେକର୍ଡ କରିବାର ନିଶାରେ ମସଗୁଲ ଥିଲେ ବଲାଙ୍ଗିର ସହରର ଯୁବ ବ୍ୟବସାୟୀ ହାର୍ଦ୍ଦିକ ଭ୍ରମର । ଛୋଟ ବେଳୁ ସେ ପଡିଯାଇଥିଲେ ପ୍ରଜାପତି ପ୍ରେମରେ । ପ୍ରଜାପତିକୁ ନେଇ ତିଆରି ହୋଇଥିବା, କାର୍ଡ, ଖେଲଣା, ଟଙ୍କା ମୁଦ୍ରା ,ଷ୍ଟାମ୍ପ ପେପର ଗୁଡିକୁ ସଂଗ୍ରହ କରିବାରେ ଲାଗି ପଡିଥିଲେ । ସାରା ବିଶ୍ୱର ୬ ହଜାର ଏପରି ଜିନିଷ ସଂଗ୍ରହ କରି ସେ ବିଶ୍ୱ ରେକର୍ଡ ପାଇଁ ଆଜି (ଆଟେମ୍ପ୍ଟ ) ପ୍ରଚେଷ୍ଟା କରିଛନ୍ତି । ବିଚାରକଙ୍କ କହିବା ଅନୁସାରେ ସେ ନନ ଅଫିସିଆଲ ରେକର୍ଡ କରିସାରିଛନ୍ତି । କେବଳ ଗିନିସ୍ ଓ୍ବାଲର୍ଡ ରେକର୍ଡ଼ସ ସାର୍ଟିଫିକେଟକୁ ଅପେକ୍ଷା । ସତରେ ହାର୍ଦ୍ଦିକଙ୍କ ଏହି ନିଶା ତାଙ୍କ ପାଇଁ ବିଶ୍ବ ରେକର୍ଡ ସଫଳତା ଆଣିଦେଉ ଏହା ହିଁ ତାଙ୍କ ପାଇଁ ସମସ୍ତଙ୍କର ପ୍ରାର୍ଥନା ।