
-
ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଓ ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ
ବଲାଙ୍ଗୀର, ବଲାଙ୍ଗୀର ଜିଲ୍ଲା ସଦରମହକୁମା ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅ।ଜି ବିଜେପି ପକ୍ଷରୁ ମମିତା ମେହେର ହତ୍ୟା ମାମଲାରେ ପ୍ରତିବାଦ ଜଣାଇବା ସଙ୍ଗେ ସଙ୍ଗେ ୧୪ ଟି ବ୍ଲକ୍ ଓ ୪ ଟି ସହରାଞ୍ଚଳରେ ସମୁଦାୟ ୧୫ ଟି ସ୍ଥାନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆଇନ ଓ ପଞ୍ଚାୟତି ରାଜ ମନ୍ତ୍ରୀ ପ୍ରତାପ ଜେନା ତଥା ଶକ୍ତି ଓ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି । ମମିତାଙ୍କୁ ନ୍ୟାୟ ଦାବି କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ମାନଙ୍କରେ ବିଜେପି ନେତୃବୃନ୍ଦ ଓ କର୍ମୀ ଉପସ୍ଥିତ ଥିଲେ । ବଲାଙ୍ଗୀର ଠାରେ ଲୋକସଭା ସାଂସଦ ସଙ୍ଗୀତା ସିଂହଦେଓ ଶିବାଜୀ ମହାନ୍ତି, ଜିଲ୍ଲା ସଭାପତି, ଭାଜପା, ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ରହି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।