ବଲାଙ୍ଗିର, ଆଜି ବଲାଙ୍ଗିର ଜିଲ୍ଲା ପାଟଣା ଗଡ଼ ଉପଖଣ୍ଡର ବେଲପଡା ବ୍ଳକ ଅନ୍ତର୍ଗତ ବାଗଦୋର ପଞ୍ଚାୟତ ବନମାଲ ଗାଁରେ ୭୦ତମ ଜିଲ୍ଲା ସ୍ତରୀୟ ଗୋ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଯୋଗଦେଇ କାର୍ଯ୍ୟକୁ ଆରମ୍ଭ କରିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ପାଟଣାଗଡ଼ ଉପଜିଲ୍ଲାପାଳ ବିଜୟାନନ୍ଦ ସେଠୀ, ଡଃ ସରୋଜ ସାହୁ (ସାଧାରଣ ପରିଚାଳକ ଜିଲ୍ଲା ଦୁଗ୍ଧ ଉତ୍ପାଦନ ସଂଘ), ଭିକ୍ଟୋର ସୋରେନ୍ (ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଲପଡା), ପ୍ରଶାନ୍ତି ପ୍ରଧାନ ( ତହସିଲଦାର ବେଲପଡା) ଯୋଗଦାନ କରି ସମସ୍ତଙ୍କୁ ଉତ୍ସାହିତ କରିଥିଲେ ।ଉନ୍ନତମାନର ଗୋସେବା ତଥା ଲାଳନ ପାଳନ କରୁଥିବା ଲୋକଙ୍କୁ ମୁଖ୍ୟ ଅତିଥିଙ୍କ କରକମଳରେ ପୁରସ୍କାର ପ୍ରଦାନ କରିଛନ୍ତି । ଗାଈ ପାଳନରେ ପ୍ରଥମ ପୁରସ୍କାର ବନମାଳ ଗାଁର ପରମେଶ୍ବର ବିଶ୍ବାଳ, ଦ୍ବିତୀୟ ପୁରସ୍କାର ବନମାଳ ଗାଁର ଟିକେଶ୍ବର ସା, ତୃତୀୟ ପୁରସ୍କାର ମୁନା ପାଲିର ପ୍ରଦ୍ୟୁମ୍ନ କେତେକୀଙ୍କୁ ଦିଆଯାଇଥିବା ବେଳେ ବାଛୁରୀ ଲାଳନ ପାଳନରେ ବନମାଲ ଗାଁର ପ୍ରଥମ ପୁରସ୍କାର ଭୀଷ୍ମ ବିଶ୍ବାଳ, ଦ୍ବିତୀୟ ପୁରସ୍କାର ଡୋଲାମଣୀ ସାହୁ, ତୃତୀୟ ପୁରସ୍କାର ଅଲେଖ ବିଶ୍ଵାଳଙ୍କୁ ମିଳିଛି । ଅତିଥି ମାନେ ନିଜ ବକ୍ତବ୍ୟରେ ଗୋ ପାଳନ କଲେ ଚାଷୀ ଦୁଗ୍ଧ ଉତ୍ପାଦନ କରି ଲାଭବାନ ହେବେ ବୋଲି ପରାମର୍ଶ ଦେଇଥିଲେ। ଗୋମାତା ହେଉଛନ୍ତି ଭାରତ ଭୂମିରେ ପୂଜନୀୟ ସେଥିପାଇଁ ପ୍ରତ୍ୟେକ ବର୍ଷ କାର୍ତ୍ତିକ ମାସ ଶୁକ୍ଳପକ୍ଷରେ ଏକ ସପ୍ତାହ ପର୍ଯ୍ୟନ୍ତ ଗୋମାତାଙ୍କୁ ପୂଜା କରାଯାଏ । ସେହି ନିୟମ ଅନୁସାରେ ବଲାଙ୍ଗିର ଜିଲ୍ଲା ପ୍ରାଣୀ ସମ୍ପଦ ବିଭାଗ ତରଫରୁ ଏହି କାର୍ଯ୍ୟକ୍ରମ କରାଯାଇଛି ବୋଲି ଜିଲ୍ଲା ପ୍ରାଣୀ ସମ୍ପଦ ବିଭାଗ ଅଧିକାରୀ ଡ଼ଃ. ଦିଗାମ୍ବର ନାୟକଙ୍କ ନିର୍ଦ୍ଦେଶନାରେ ବେଲପଡ଼ା ପ୍ରାଣୀ ଚିକିତ୍ସକ ଆନନ୍ଦ ସାଗର ସେଠ ବନମାଲ ଗାଁରେ ଆୟୋଜିତ କରିଥିଲେ । ନିର୍ଭୁଲ ପରିଚାଳନା ଯୋଗୁଁ ବେଲପଡା ପ୍ରାଣୀ ଚିକିତ୍ସକ ଆନନ୍ଦ ସାଗର ସେଠ ଜିଲ୍ଲାପାଳଙ୍କ ଦ୍ୱାରା ପୁରୁସ୍କୃତ ହୋଇଥିଲେ ଏବଂ ଗୋ ସମ୍ପଦ ବିଷୟରେ ବନମାଲ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବକ୍ତବ୍ୟ ପ୍ରଦାନ କରିଥିବାରୁ ଜିଲ୍ଲାପାଳଙ୍କ ଦ୍ଵାରା ମାନପତ୍ର ପ୍ରଦାନ କରାଯାଇଥିଲା ।