ବଲାଙ୍ଗିର, ସ୍ଥାନୀୟ ଶାନ୍ତିପଡା ସ୍ଥିତ କେନ୍ଦ୍ରୀୟ ସୁରକ୍ଷା ବଳ (CRPF) ବାଟାଲିୟନ 189 ଆଜି କମାଣ୍ଡେଣ୍ଟ ପବନ କୁମାର ତିୱାରୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଔଷଧ ଗୁଣ ଥିବା ବଗିଚାରେ ସୃଷ୍ଟି କରିଛନ୍ତି । ସ୍ଵଦେଶୀ ସ୍ୱାସ୍ଥ ଗୁଣ ଥିବା ଗଛ/ କଲମ ,ବୀଜ ସଂଗ୍ରହ କରି ଦେଶର ବିଭିନ୍ନ ଅଞ୍ଚଳରେ ରହୁଥିବା ତଥା ଏଠାରେ ନିୟୁକ୍ତ ହୋଇଥିବା ଯବାନ କର୍ମଚାରୀ ମାନେ ନିଜ ନିଜ ରାଜ୍ୟର ବିଭିନ୍ନ ଅଞ୍ଚଳ ଗ୍ରାମରୁ ସଂଗ୍ରହ କରି ଆଣିବା ସଙ୍ଗେ ସଙ୍ଗେ ବଗିଚାରେ ଶ୍ରମ ଦେଇଥିଲେ ଓ ଚାରା ରୋପଣ କରି ବାଟିକା କରିଛନ୍ତି ।
କମାଣ୍ଡେଣ୍ଟ ଶ୍ରୀ ତିୱାରୀ ଓଡିଶା ପର୍ଯ୍ୟାବରଣରେ ସମୃଦ୍ଧ ରାଜ୍ୟ ରୂପେ ଜଣାଶୁଣା । ସମ୍ଭବତଃ ସମ୍ପୂର୍ଣ୍ଣ ରାଜ୍ୟରେ ଏହା ଏକ ଏପରି ଉଦ୍ୟାନ ହେବାକୁ ଯାଉଚି ଯେଉଁଠି ଦେଶର ସବୁ ଅଞ୍ଚଳରେ ମିଳିଥିବା ଔଷଧ ଏକାସାଙ୍ଗେ ମିଳିବାକୁ ଯାଉଛି । ଆଗାମୀ ଦିନରେ ଏହା ଏକ ବିଶିଷ୍ଟ ଅନୁକରଣୀୟ ପରିଚୟ ଦେବ। ବୀଜ, ଡାଳ, ବୃକ୍ଷ ଚାରା ସଂଗ୍ରହ କରି ରୋପଣ କରିଥିବା ବ୍ୟକ୍ତି ମାନଙ୍କର ନାମ ଫଳକ ପ୍ରତ୍ୟେକ ଗଛରେ ଲଗାଇବାକୁ ପରାମର୍ଶ ଦେଇଥିଲେ ।
ଏହି ଅବସରରେ ସମ୍ପୂର୍ଣ୍ଣ ବାଟାଲିୟନର ପ୍ରତ୍ୟେକ ସଦସ୍ୟଙ୍କୁ ଏଭଳି କାର୍ଯ୍ୟ କରିବାକୁ ସମସ୍ତଙ୍କୁ ଉତ୍ସାହିତ କରିବାକୁ ଶ୍ରୀ ପୀତବାସ ପଣ୍ଡା ଦ୍ଵିତୀୟ କମାଣ୍ଡେଣ୍ଟ ଅଧିକାରୀ ତଥା ବିନୋଦ କୁମାର ଟଣ୍ଡନ ପରାମର୍ଶ ଦେବା ସହ ସମସ୍ତଙ୍କ କାର୍ଯ୍ୟକୁ ପ୍ରସଂଶା କରିଥିଲେ ।