ପୁରୀ ନାମ ପରିବର୍ତନର କୋଣସି ଆବଶ୍ୟକ ନାହିଁ, ଏ ସମ୍ପର୍କରେ ଆଜି ଜ଼ିଲ୍ଲାପାଳ ଶ୍ରୀ ସମର୍ଥ ବର୍ମାଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଦାବୀ ପ୍ରଦାନ କରାଯାଇଛି | ଉକ୍ତ ଦାବୀ ପତ୍ରରେ ବିଭିନ୍ନ ଅନୁଷ୍ଠାନ ଦର୍ଶାଇଛନ୍ତି ଯେ, ପୁରୀ ସମଗ୍ର ବିଶ୍ୱରେ ପରିଚିତ ଓ ପୁରୀ ନାମ କେଉଁ କାଳରୁ ରହିଛି,ଜଗନ୍ନାଥକୁ ନେଇ ପୁରୀ ସମଗ୍ର ବିଶ୍ୱରେ ପରିଚିତ | ଶ୍ରୀକ୍ଷେତ୍ର, ଶଙ୍ଖକ୍ଷେତ୍ର, ବିମଳାକ୍ଷେତ୍ର, ଦଶାବତାରକ୍ଷେତ୍ର
ରୂପେ ବିଭିନ୍ନ ପୁରାଣ ବର୍ଣନା କରାଯାଇଛି |
ଏହିପରି ପୁରୀର ନାମ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ରହିଥିଲେ ମଧ୍ୟ ବର୍ତମାନ ଏହା ” ପୁରୀ ” ନାମରେ ପ୍ରସିଦ୍ଧି ଲାଭ କରିଛି |ଏହି କ୍ଷେତ୍ରକୁ ପୁରୀ କହିବା ମୂଳରେ ପ୍ରଥମ କାରଣ ହେଉଛି ଯେ ଏହି କ୍ଷେତ୍ରରେ ସମସ୍ତ ଦ୍ରବ୍ୟ ପରିପୂର୍ଣ୍ଣ ହୋଇ ରହିବା ସହ ଏହା ଚର୍ତୁବର୍ଗ ଫଳ ପ୍ରଦାନ କରେ | ତେଣୁ ଚନ୍ଦ୍ରଚୁଡାମଣି ରାଜା ହରିଚନ୍ଦନ ଜଗଦେବ ପୁରୀ
ସମ୍ବନ୍ଦରେ ଏହିପରି ଉକ୍ତି କହିଛନ୍ତି :
“ଧର୍ମ ଅର୍ଥ କାମ ମୋକ୍ଷ ଚତୃବର୍ଗ ଯହିଁ, ମର୍ତ୍ୟମଧେ ବୈକୁଣ୍ଠ ଅବତର୍ଣ୍ଣ ତହିଁ “
ବିଭିନ୍ନ ପୁରାଣ, ସଂହିତା, ଗୀତା, ଯାମଳ ଆଦି ଗ୍ରନ୍ଥରେ ଏହି ପୁରୀର ବିଭିନ୍ନ ନାମ ବିଷୟରେ ଅନେକ କିମ୍ବଦନ୍ତୀ ମଧ୍ୟ୍ୟ ରହିଛି |ବ୍ରହ୍ମପୁରାଣରେ ମଧ୍ୟ୍ୟ ଏହି କ୍ଷେତ୍ରକୁ ପୁରୁଷୋତ୍ତମ କ୍ଷେତ୍ର ଭଳି ପବିତ୍ର କ୍ଷେତ୍ର ପୃଥିବୀରେ ଦୁଲଭ |
ମୋଟ ଉପରେ କହିବାକୁ ଗଲେ ଏହା ପୁରୁଷୋତ୍ତମ କ୍ଷେତ୍ର ବା “ପୁରୀ ” ନିଜର ମାହାତ୍ମା ତଥା ପଵିତ୍ରତା ଲାଗି ଯୁଗେ ଯୁଗେ ପ୍ରତିଷ୍ଠା ଲାଭ କରିବା ସଙ୍ଗେ ସଙ୍ଗେ ପ୍ରସିଦ୍ଧି ଲାଭ କରିଛି ତେଣୁ ପୁରୀ ନାମକୁ ପରିବର୍ତନର କୋଣସି ଆବଶ୍ୟକ ନାହିଁ | ପୁରୀ ନାମକୁ ନେଇ ରାଜନୀତି ବନ୍ଦ କରାଯାଉ |
ପୁରୀ ଜିଲ୍ଲା ଯୁବ ଅଧିବକ୍ତା ସଂଘର ଆବାହକ ଅନିଲ କୁମାର,ସାହୁ,ସଭାପତି ବିଶ୍ୱଜିତ ପ୍ରଧାନ, କର୍ଣ୍ଣବୀର ମହାପାତ୍ର, ସୁରେଶ ମହାପାତ୍ର, ଶକ୍ତିଧର ବିଶୋଇ,ହିମାଂଶୁ ମହାନ୍ତି ଉର୍ଜାବାନ ଓଡିଶାର ସଭାପତି ସନ୍ତୋଷ ସେନାପତି, ସମ୍ପାଦିକା ନିହାରିକା ତ୍ରିପାଠୀ, ସୀତାରାମ ସେନାପତି, ଦେବେନ୍ଦ୍ର ସୁବୁଦ୍ଧି, ଜିତେନ୍ଦ୍ର ପାତ୍ର,ଆଶ୍ସୋସିଏସନ ଅଫ ଟୁଇଟ୍ୱର ଆଟିଭିଷ୍ଟ୍ର ଦେବାଶିଷ ଦାଶ,ଦେବରାଜ ଦାସ,ସତ୍ୟନାରାୟଣ ସାହୁ ଶୁଭଶ୍ରୀ ବେହେରା,ଦେବେନ୍ଦ୍ର ସୁବୁଦ୍ଧି,ଆଦିତ୍ୟ ନାରାୟଣ ବାରିକ୍,ସୁଧାଂଶୁ ଜେନା,ପ୍ରଶାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ |