ସାଂସ୍କୃତିକ, ଐତିହାସିକ, ସାମାଜିକ ତଥା ଜାତିର ସ୍ବାଭିମାନ ଆଧାର ରେ ‘ପୁରୀ ‘ ନାମକରଣ ସହ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନାମ ସଂଲଗ୍ନ କରିବା ନିମିତ୍ତ ଆଜି ପ୍ରାୟ ୪୦ ରୁ ଅଧିକ ଅନୁଷ୍ଠାନ,ଶିକ୍ଷାବିତ୍, ମଠାଧୀଶ, ସେବାୟତ, ବୟସ୍କ ନାଗରିକ ସମବେତ ଭାବେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଆବେଦନ ପତ୍ର ପ୍ରଦାନ କରିଛନ୍ତି। ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନ ପୂର୍ବରୁ ସରକାରୀ ନଥିପତ୍ର ରେ ଓଡିଶାର ତିନୋଟି ଜିଲ୍ଲା ମଧ୍ୟରୁ ‘ଜଗନ୍ନାଥ ‘ଜିଲ୍ଲା ଭାବେ ଉଲ୍ଲେଖ ମିଳେ।ଓଡିଆ ଲୋକେ ରାଷ୍ଟ୍ର ଓ ବିଦେଶରେ ଜଗନ୍ନାଥ ଦେଶ ନାଆଁ ରେ ପରିଚିତ ଓ ସମ୍ମାନିତ ହେବା ର କୋଟି କୋଟି ଉଦାହରଣ ରହିଛି।
ଅଯୋଧ୍ୟାପୁରୀ,ଦ୍ବାରକାପୁରୀ ସ୍ଥାନ ନାମରେ ଓ ବଦ୍ରିନାଥ ଏବଂ ରାମେଶ୍ବର ଇଷ୍ଟଦେବଙ୍କ ନାଆଁ ରେ ପରିଚିତ ହେଉଥିବା ବେଳେ ‘ ପୁରୀ ‘ ଶବ୍ଦ ପୂର୍ବରୁ ପ୍ରଭୁ ଜଗନ୍ନାଥଙ୍କ ନାମ ସଂଲଗ୍ନ ଏକ ଆଧ୍ୟାତ୍ମିକ ଆବଶ୍ୟକତା। ସାଧାରଣ ଭାବେ ବିଶ୍ବ ଗ୍ରହଣ କରିଥିବା ନାମ ‘ଜଗନ୍ନାଥ ପୁରୀ ‘ସରକାରୀ ଭାବେ ସ୍ବୀକୃତି ଲାଭ କଲେ ଏହା ଜାତୀୟ ସ୍ବାଭିମାନ ର ପ୍ରତୀକ ହେବ ବୋଲି ୪୩ ଟି ସାମାଜିକ ଅନୁଷ୍ଠାନ ତରଫରୁ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଆବେଦନ ପତ୍ର ପ୍ରଦାନ କରିଥିଲେ |ଅନୁଷ୍ଠାନ ତରଫରୁ ରାଜେଶ ମହାନ୍ତି, ମନୋଜ ରଥ, ବଦ୍ରି ମିଶ୍ର, ମଧୁସୂଦନ ମିଶ୍ର, ହେକ୍ଟର ମିଶ୍ର, ରାମଦାସ ମହାପାତ୍ର, ମହନ୍ତ ସୁବଳ ଚରଣ ଦାସ, ବିଶ୍ୱନାଥ ମିଶ୍ର, କୈଳାଶ ଚନ୍ଦ୍ର ଟିକାୟତରାୟ, ଚକ୍ରଧର ମହାପାତ୍ର, ପ୍ରତିମା ମିଶ୍ର ଓ ଅନ୍ୟମାନେ ଉପସ୍ଥିତ ଥିଲେ |