-
ଆସନ୍ତା ୧୫ ରୁ ୧୮ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଜନଶୁଣାଣି ହେବ,
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ଡାକ୍ତରଖାନା ଛକ ଠାରୁ ବାଟଗାଁ ପର୍ଯ୍ୟନ୍ତ ରାସ୍ତା ସଂପ୍ରସାରଣ ଓ ମୂଷାନଦୀର ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ସଂପ୍ରସାରଣ ନେଇ ଜମି ଅଧିଗ୍ରହଣ ସଂକ୍ରାନ୍ତୀୟ ଜନଶୁଣାଣି ଆସନ୍ତା ୧୫ ରୁ ୧୮ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ । ଏହା ପୂର୍ବରୁ ଏ ସଂକ୍ରାନ୍ତୀୟ ସାମାଜିକ ପ୍ରଭାବ ଆକଳନ ଶେଷ ହୋଇଛି । ମୂଷାନଦୀର ପ୍ରଥମ ପର୍ଯ୍ୟାୟ ସଂପ୍ରସାରଣ ନିମନ୍ତେ ସମଙ୍ଗ, ମାଟିତୋଟା ଓ ମାର୍କଣ୍ତେଶ୍ବର ସାହି- ୧ ପାଇଁ ଆସନ୍ତା ୧୫ ତାରିଖ ପୂର୍ବାହ୍ନ ୧୧ ଘଟିକା ସମୟରେ ଜଗନ୍ନାଥ ବଲ୍ଲଭ କମ୍ଲେକ୍ସ ପରିସରରେ ଜନଶୁଣାଣି ହେବ । ସେହିଭଳି ଡାକ୍ତରଖାନା ଛକ ଠାରୁ ବାଟଗାଁ ପର୍ଯ୍ୟନ୍ତ ରାସ୍ତା ସଂପ୍ରସାରଣ ସଂପର୍କରେ ବଳଗଣ୍ତି ଓ କୁମ୍ଭାରପଡା ନିମନ୍ତେ ୧୬ ତାରିଖ ପୂର୍ବାହ୍ନ ୧୧ ଘଟିକା ସମୟରେ କୁମ୍ଭାରପଡା ପୁରୁଣା ଜେଲ ରୋଡସ୍ଥିତ ଜାଇଗଡ କ୍ଲବ ଏବଂ ଉକ୍ତଦିନ ଅପରାହ୍ନ ୩ ଘଟିକା ସମୟରେ ଅଠରନଳା ଓ ଜିତକର ମୁଦୁଲି ପାଟଣା ଅଞ୍ଚଳ ନିମନ୍ତେ ଗୋପିନାଥପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଜନଶୁଣାଣି ଅନୁଷ୍ଠିତ ହେବ । ସେହିଭଳି ୧୭ ତାରିଖ ଦିନ ୧୧ ଘଟିକା ସମୟରେ କାଶିହରିପୁର, ସିରେଇକୋଣପାଟଣା, ଭାରତୀପୁର, କଦଳୀବାଡି ପାଟଣା, ଆଳିକିଆ ଓ ଚକ୍ରବର୍ତ୍ତୀ ଗ୍ରାମ ପାଇଁ ମା’ ବସନ୍ତେଇ ମନ୍ଦିର ନିକଟରେ ଏବଂ ଉକ୍ତଦିନ ଅପରାହ୍ନ ୩ ଘଟିକା ସମୟରେ ବାଟଗାଁ ନିମନ୍ତେ ହରେକୃଷ୍ଣପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଜନଶୁଣାଣି ଅନୁଷ୍ଠିତ ହେବ । ସେହିଭଳି ମୂଷାନଦୀର ଦ୍ବିତୀୟ ପର୍ଯ୍ୟାୟ ସଂପ୍ରସାରଣ ସଂପର୍କରେ ଦାଣ୍ତିମାଳ ସାହି, କୁମ୍ଭାରପଡା, ମାର୍କଣ୍ତେଶ୍ବର ସାହି-୧, ବଳଗଣ୍ତି, ସମଙ୍ଗ, ନୀଳଚକ୍ର ନଗର, ଅଠରନଳା ବନ୍ଧ ସାହି, ନରେନ୍ଦ୍ର କୋଣ ହରିଜନ ସାହି, ନରେନ୍ଦ୍ର କୋଣ, ମଙ୍ଗଳା ସାହି, ଖଣ୍ତିଆବନ୍ଧ ଓ ଖରାଖାଇ ନିମନ୍ତେ ୧୮ ତାରିଖ ପୂର୍ବାହ୍ନ ୧୧ ଘଟିକା ସମୟରେ ଜଗନ୍ନାଥ ବଲ୍ଲଭ କମ୍ଲେକ୍ସ ପରିସର ଏବଂ ଉକ୍ତଦିନ ଅପରାହ୍ନ ୩ ଘଟିକା ସମୟରେ ଆଳିକିଆ, ରେଣ୍ତୁଅ, ନୂଆପାଟଣା, ସମଙ୍ଗରା, ବାଲୁଖଣ୍ଡ ଓ ଭାରତୀପୁର ନିମନ୍ତେ ବାଲିଗୁଆଳି ପଞ୍ଚାୟତ କାର୍ଯ୍ୟାଳୟ ସ୍ଥିତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ଜନଶୁଣାଣିର ଆୟୋଜନ କରାଯାଇଛି । ଏଥିରେ ଜିଲ୍ଲାର ସଂପୃକ୍ତ ବରିଷ୍ଠ ଅଧିକାରୀ ମାନେ ଜନଶୁଣାଣିରେ ସାମିଲ ହୋଇ ସଂପୃକ୍ତ ବ୍ୟକ୍ତି ବିଶେଷଙ୍କ ଆପତ୍ତି ଅଭିଯୋଗ ଉପରେ ଶୁଣାଣି କରିବେ । ଏ ସଂପର୍କରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିନୟ କୁମାର ଦାଶଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।