
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ବଳଗଣ୍ଡି ଉଚ୍ଚ ବିଦ୍ୟାଳୟର ୧୯୯୮ ମସିହା ବ୍ୟାଚର ପୁରାତନ ବିଦ୍ୟାର୍ଥୀଙ୍କ ବନ୍ଧୁମିଳନ ଉତ୍ସବ ରବିବାର ସମୁଦ୍ରକୂଳ ସ୍ଥିତ ହୋଟେଲ ଜମିଦାର ପ୍ୟାଲେସ ସମ୍ମିଳନୀ କକ୍ଷଠାରେ ମହାସମାରୋହ ରେ ଅନୁଷ୍ଠିତ ହୋଇଯାଇଛି।ଦୀର୍ଘ ୨୩ବର୍ଷ ପରେ ପରସ୍ପରକୁ ଦେଖି ଭାବବିହ୍ଵଳ ହେବା ସହ ଆବେଗପୁର୍ଣ୍ଣ ବାତାବରଣ ରେ ପୁରୁଣା ଦିନର ସ୍ମୃତିକୁ ବଖାଣି ଥିଲେ।ଏତଦବ୍ୟତୀତ ଆଗାମୀ ଦିନରେ ବିଦ୍ୟାଳୟ ର ବିଭିନ୍ନ ଉନ୍ନତି ମୂଳକ କାମ ରେ ସାମିଲ ହେବା ସହ ସମାଜ ସେବା କ୍ଷେତ୍ରରେ ନିୟୋଜିତ ହେବା ପାଇଁ ସର୍ବସମ୍ମତି ପ୍ରକାଶ ପାଇଥିଲା।ଏହି କାର୍ଯ୍ୟକ୍ରମ ରେ ଅମରେନ୍ଦ୍ର ମିଶ୍ର, ସୁକାନ୍ତ ଦାଶ, ଶଶାଙ୍କ ଶେଖର ମହାପାତ୍ର, ଅମିତ ନାୟକ, ତପନ ମହାନ୍ତି, ମୋନାଲିଶା ନାୟକ,ସୁମିତ୍ରା ପାଇକରାୟ ଓ ସୁନିତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ |