
ଭୁବନେଶ୍ୱର, ରାଜ୍ୟର ଲୋକପ୍ରିୟ କାର୍ଟୁନିଷ୍ଟ କିଶୋର ରଥ ଆଉ ନାହାନ୍ତି । ଆଜି ସକାଳେ ଭୁବନେଶ୍ୱରରେ ତାଙ୍କର ପରଲୋକ ହୋଇଛି । ତାଙ୍କ ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ସୋମବାର ଭୋର ସମୟରେ ତାଙ୍କର ଶ୍ୱାସପ୍ରଶ୍ୱାସ ନେବାରେ ସମସ୍ୟା ଦେଖାଦେଇଥିଲା । ଏହାପରେ ତାଙ୍କୁ ଚିକିତ୍ସା ଲାଗି କ୍ୟାପିଟାଲ୍ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଶ୍ରୀ ରଥଙ୍କର ପରଲୋକ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୫୯ବର୍ଷ ହୋଇଥିଲା ।