
ଭୁବନେଶ୍ୱର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଳାହାଣ୍ଡି ଗସ୍ତକୁ ବିରୋଧ କରି ରାଜଧାନୀ ଭୁବନେଶ୍ୱରରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଓ ରାଲୀ କରାଯାଇଛି । ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗରେ ମୁଖ୍ୟମନ୍ତ୍ରୀଙ୍କୁ ସାମାଜିକ ବାସନ୍ଦ ଆହ୍ୱାନ ଦେଇ ଏହି ରାଲୀ ବାହାର କରିଛି ।
ମିଳିଥିବା ସୂଚନା ଅନୁସାରେ ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ଏକ ଶୋଭାଯାତ୍ରା ଲୋୟର ପିଏମଜିରୁ ନବୀନ ନିବାସ ଅଭିମୁଖେ ବାହାରିଥିଲା । ଏଥିରେ ବରିଷ୍ଠ ନେତା ବାବୁ ସିଂହ, ଅନୁ ଚୌଧୁରୀ ଓ ପିଙ୍କି ପ୍ରଧାନଙ୍କ ଶତାଧିକ ପୁରୁଷ ଓ ମହିଳା କର୍ମୀ ସାମିଲ ହୋଇଥିଲେ । ଅନ୍ୟ ପକ୍ଷରେ ସେହିପରି ବିଜୁ ପଟ୍ଟନାୟକ ଛକରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।କଳାପତାକା ପ୍ରଦର୍ଶନ କରୁଥିବା ଯୁବ ବିଜେପି କର୍ମୀଙ୍କୁ ପୋଲିସ ଅଟକ ରଖିଥିବା ଜଣା ପଡିଛି ।