ମାଲକାନଗିରି, ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଗୁମକା ଗ୍ରାମପଞ୍ଚାୟତର ଏମ୍ ପି ଭି – ୧୧ ଗ୍ରାମର ସଞ୍ଜିତ ଦାସ (୩୫) ଦୀର୍ଘ ଦିନ ଧରି କୀଡ଼ନିଜନିତ ରୋଗରେ ପୀଡିତ ଥିଲେ । ଗତକାଲି ତାଙ୍କର ମୃତ୍ୟୁ ହୋଇଯାଇଥିବା ଖବର ପାଇ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ଜିଲ୍ଲା କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ତ୍ରିପାଠୀ ଓ ସମାଜସେବୀ ତଥା ବିଜେଡିର ସକ୍ରିୟ କର୍ମୀ କେ. ରାହୁଲ, ସମାଜ ସେବୀ
ରବି ରାଜେଶ, ସ୍ଥାନୀୟ ସରପଞ୍ଚ ଉଙ୍ଗି ମାଡକାମୀ ଓ ଭଲା ଦାଦା ପ୍ରମୁଖ ମୃତ ସଞ୍ଜୀତଙ୍କ ଘରେ ପହଞ୍ଚି ପରିବାର ବର୍ଗଙ୍କୁ ସାନ୍ତ୍ବନା ଦେବା ସହ ସହାୟତାର ହାତ ବଢ଼େଇଛନ୍ତି । ଏବଂ କାର୍ଯ୍ୟକାରୀ ସଭାପତି ଦୁର୍ଗାପ୍ରସାଦ ତ୍ରିପାଠୀ କାଲିମେଳା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସହ ଯୋଗାଯୋଗ କରି ଉକ୍ତ ପରିବାରର ଚାରି ପୁଅ ଝିଅ ମଧ୍ୟରୁ ଜଣେ ବିକଳାଙ୍ଗ ଥିବାରୁ ସେମାନଙ୍କୁ ସରକାରଙ୍କ ସୁବିଧା ଯୋଗାଇ ଦେବା ପାଇଁ ନିବେଦନ କରିଛନ୍ତି ।