ପଟ୍ଟାମୁଣ୍ଡାଇ, ପଟ୍ଟାମୁଣ୍ଡାଇ ବ୍ଲକ ଧୋୟାଚଂଳ ବିକାଶ ମଚଂର ଷଷ୍ଠତମ ସାମ୍ବିଧାନିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ମଚଂର ସ୍ଥାୟୀ ସଭାପତି ବର୍ଷିଆନ ସମାଜସେବୀ ବସନ୍ତ କୁମାର ମଲ୍ଲିକଙ୍କ ପୌରହିତ୍ୟରେ ଅନୁଷ୍ଠିତ ବୈଠକରେ ମଚଂର ସଭ୍ୟମାନେ ଯୋଗ ଦେଇ ଧୋୟାଚଂଳ ବିକାଶ ମଚଂ ଗଠନର ଉଦ୍ଦେଶ୍ୟ, ଏହାର କାର୍ଯ୍ୟକାରିତା ସମାଜ ଗଠନ ଓ ସମାଜସେବାରେ ଭୂମିକା ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଏଇ ଅବସରରେ ବିକାଶ ମଚଂର ଆଗାମୀ ୩ ବର୍ଷ ପାଇଁ ନୂତନ କର୍ମକର୍ତା ଚୟନ କରାଯାଇଥିଲା । ସଭାପତି ଭାବେ ସମାଜସେବୀ ବସନ୍ତ କୁମାର ମଲ୍ଲିକ, ଉପସଭାପତି ଭାବେ ଉଲ୍ଲାସ ଚନ୍ଦ୍ର ମଲ୍ଲିକ, ନିମାଇଁ ଚରଣ ମଲ୍ଲିକ, ନାରଦ ବିଶ୍ୱାଳ , ସାଧାରଣସଂପାଦକ ଭାବେ ରାଜକୁମାର ବିଶ୍ୱାଳ, ବିଭାଗୀୟ ସଂପାଦକ ଭାବେ ସନାତନ ତରାଇ, କୈଳାସ ଚନ୍ଦ୍ର ସେଠୀ, ସୁରେଶ ଚନ୍ଦ୍ର ନାୟକ ଓ କୋଷାଧ୍ୟକ୍ଷ ଭାବେ ପ୍ରେମାନନ୍ଦ ସୂତାରଙ୍କୁ ସର୍ବସମ୍ମିତିକ୍ରମେ ମନୋନ୍ୱୀତ କରାଯାଇଥିଲା । ବିକାଶ ମଚଂର ଉପଦେଷ୍ଟା ମଣ୍ଡଳୀରେ ଫ୍ରଫେସର ନିର୍ମାଳ ଚନ୍ଦ୍ର ବିଶ୍ୱାଳ, ଭଗବାନ ରାଉତ, ଧନେଶ୍ୱର ପ୍ରଧାନ, ବାସନ୍ତ କୁମାର ସ୍ୱାଇଁଙ୍କୁ ଚୟନ କରାଯାଇଛି । ବିକାଶ ମଚଂ କାର୍ଯ୍ୟକାରୀ କମିଟିରେ କାର୍ତିକ ଚନ୍ଦ୍ର ରାଉତ, ରବିନ୍ଦ୍ର ପରିଡା, ରମେଶ ଚନ୍ଦ୍ର ବେହେରା, ବସନ୍ତ କୁମାର ବିଶ୍ୱାଳ, ରବିରଞନ ନାଥଶର୍ମା, ଚିତ ମଲ୍ଲିକ, ରଞିତ କୁମାର ରାଉତ, ସଚିତ୍ର ବେହୁରା, ପାର୍ଥସାରଥୀ ଦାଶ, ସୁଶାନ୍ତ କୁମାର ବାରିକ, ପ୍ରଭାତ କୁମାର ରାଉତ, ମଳୟ କୁମାର ମଳିକ, ଈଶ୍ୱର ଚନ୍ଦ୍ର ସେଠୀଙ୍କୁ ମନୋନ୍ୱୀତ କରାଯାଇଛି । ଧୋୟାଚଂଳ ବିକାଶ ମଚଂ ଧୋୟାଚଂଳର ସର୍ବାଙ୍ଗୀତ ବିକାଶ, କଳା, ସଂସ୍କୃତି, ସାହିତ୍ୟ ଆଦି କ୍ଷେତ୍ରରେ ବିକାଶ ପାଇଁ ଆଗାମୀ ଦିନରେ ନିରନ୍ତର କାର୍ଯ୍ୟ କରିବ ବୋଲି ବିକାଶ ମଚଂ ସାଧାରଣସଂପାଦକ ରାଜକୁମାର ବିଶ୍ୱାଳ କହିଛନ୍ତି ।