ଗଞ୍ଜାମ, ଗଞ୍ଜାମ ଜିଲ୍ଲା ଶେରଗଡ ବ୍ଲକର ବିଭିନ୍ନ ଗ୍ରାମର ଭୋଟରଲିଷ୍ଟରେ ନାମ ସଂଯୋଗ ଓ ସଂଶୋଧନ କରିବା ପାଇଁ ଜନସାଧାରଣ କେନ୍ଦ୍ରର ବିଏଲଓଙ୍କ ନିକଟକୁ ଯାଇ ନିରାଶ ହୋଇଛନ୍ତି । ପୂର୍ବରୁ ଏଥିପାଇଁ ଆବଶ୍ୟକ ଫର୍ମ ପୂରଣ କରି ବିଏଲଓ ମାନଙ୍କୁ ଦେବାକୁ ପଡୁଥିଲା, କିନ୍ତୁ ଆଜି ବିଏଲଓମାନେ ଏହି ଦରଖାସ୍ତ ଗ୍ରହଣ ନ କରି ଅନଲାଇନରେ ଆବେଦନ କରିବାକୁ ଲୋକମାନଙ୍କୁ କହିବାରୁ ଅନଲାଇନ ବାବଦରେ ଅନଭିଜ୍ଞ ଥିବା ବ୍ୟକ୍ତି ବିଶେଷ ମାନେ ନିରାଶରେ ଫେରିଛନ୍ତି, ଫଳରେ ବହୁ ସଂଖ୍ୟାରେ ଲୋକ ଆସନ୍ତା ନିର୍ବାଚନ ଗୁଡିକରେ ଭୋଟଦାନରୁ ବଂଚିତ ହେବାର ସମ୍ଭାବନା ରହିଛି । ଜିଲା ନିର୍ବାଚନ ଅଧିକାରୀ ଏହାର ପୁର୍ନବିଚାର କରିବାକୁ ଜନସାଧାରଣରେ ଦାବି ହେଉଛି ।