-
ପୂର୍ବଭଳି ଯାତ୍ରୀ ମାନଙ୍କ ଠାରୁ ଅଧିକ ଭଡ଼ା ଆଦାୟ ଅଭିଯୋଗ
ଗଞ୍ଜାମ, ପେଟ୍ରୋଲ ଡିଜଲ ଦର କମିଲା । ସରକାର ବସ୍ ଭଡାରେ ଦର ହ୍ରାସକଲେ, କିନ୍ତୁ ବସ୍ ରେ ପୂର୍ବଭଳି ଯାତ୍ରୀ ମାନଙ୍କ ଠାରୁ ଅଧିକ ଭଡ଼ା ଆଦାୟ କରାଯାଉଛି । ବ୍ରହ୍ମପୁର ଠାରୁ ପିତ୍ତଳ ବଜାରର ଦୂରତା ମାତ୍ର ୩୩ କିଲୋମିଟର । ୮୭ ପଇସା ଲେଖାଏଁ ୨୮ ଟଙ୍କା ୭୧ ପଇସା ବସ୍ ଭଡା ହେଉଥିବା ବେଳେ ବସ୍ କଣ୍ଡକ୍ଟରମାନେ ପୂର୍ବଭଳି ଅତ୍ୟଧିକ ଭଡ଼ା ଆଦାୟ କରୁଛନ୍ତି । ଯାତ୍ରୀମାନେ ପ୍ରତିବାଦ କଲେ ଯାତ୍ରୀ ମାନଙ୍କ ପ୍ରତି ଖରାପ ବ୍ୟବହାର ପ୍ରଦର୍ଶନ କରି ରାସ୍ତାରେ ଓହ୍ଲାଇଦେବାକୁ ଧମକ ଦେଉଛନ୍ତି । ତୁରନ୍ତ ଗଞ୍ଜାମ ଜିଲା ଆରଟିଓ ଏବଂ ପ୍ରଶାସନିକ ଅଧିକାରୀ ଏହି ମାଲିକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜନସାଧାରଣରେ ଦାବି ହେଉଛି ।