ଗଞ୍ଜାମ, ଗଞ୍ଜାମ ଜିଲ୍ଲା କୋଦଳା ତହସିଲ୍ ପକ୍ଷରୁ ଗତକାଲି ବିଳମ୍ବିତ ରାତ୍ରରେ ଚଢ଼ଉ କରାଯିବା ସହ ୪ ଗୋଟି ବାଲି ବୋଝେଇ ଟ୍ରକ୍ ଠାରୁ ଓ ଏମଏମସି (ଓଏମଏମସି ରୁଲ୍-୨୦୧୬) କୁ ଉଲ୍ଲଂଘନ କରିଥିବା ପାଇଁ ୬୫ ହଜାର ଟଙ୍କା ଜରିମାନା ଆଦାୟ ହୋଇଛି ।
ଏହି ଚଢ଼ଉରେ ତହସିଲଦାର ସସ୍ମିତା ଶତପଥୀ, ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ, ରାଜସ୍ୱ ନିରୀକ୍ଷକ ଶେଖର ଚନ୍ଦ୍ର ସେଠୀ ପ୍ରମୂଖ ସାମିଲ୍ ଥିଲେ । ଆଗକୁ ମଧ୍ୟ ଏଭଳି ଚଢ଼ଉ ଜାରି ରହିବ ବୋଲି ସୂଚନା ମିଳିଛି ।