-
ଘଟଣାର ନିରପେକ୍ଷ ତଦନ୍ତ ଓ ନ୍ୟାୟ ପାଇଁ ପରିବାର କଳାହାଣ୍ଡି ଏସପିଙ୍କ ଦ୍ୱାରସ୍ଥ
ଭବାନୀପାଟଣା, କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମହାଲିଙ୍ଗ ସନ ସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାରେ ନେତା ମନ୍ତ୍ରୀଙ୍କ ସମ୍ପୃକ୍ତି ଥିବା ନେଇ ସାରା ରାଜ୍ୟରେ ଚର୍ଚ୍ଚା ହେଉଥିବା ବେଳେ କିଛି ଦିନ ବ୍ୟବଧାନରେ ଚପ୍ରିଆ ଗ୍ରାମରେ ଜଣେ ପାଞ୍ଚ ମାସର ଗର୍ଭବତୀ ମହିଳାଙ୍କୁ ନୃଶଂସ ଭାବେ ହତ୍ୟା ଘଟଣା ମଧ୍ୟ ସାଧାରଣରେ ଚାଞ୍ଚଲ୍ୟ ଖେଳାଇଦେଇଛି । ଏହି ଘଟଣା ପଛରେ କୌଣସି ନେତା ମନ୍ତ୍ରୀଙ୍କ ହାତ ନାହିଁ ହେଲେ ପୋଲିସ ଘଟଣାରେ ସମ୍ପୃକ୍ତ ଥିବା ଲୋକଙ୍କୁ କାହିଁକି କୋର୍ଟ ଚାଲାଣ କଲେ ନାହିଁ ବୋଲି ଅଞ୍ଚଳର ଜନସାଧାରଣଙ୍କ ମଧ୍ୟରେ ଅନେକ ପ୍ରଶ୍ନ ଉଠୁଛି ।
ଗତ ତା୨୨/୧୦/୨୧ରିଖ ବିଳମ୍ବିତ ରାତ୍ରିରେ ପ୍ରେମସିଲା ଚନ୍ଦନକୁ ତାର ସ୍ୱାମୀ କ୍ଷୀରସିନ୍ଦୁ ଗହୀର ଓ ତାଙ୍କ ପରିବାର ସହ ମିଶି ନିର୍ମମ ଭାବେ ହତ୍ୟା କରିଥିଲେ ବୋଲି ମୃତକ ପ୍ରେମସିଲାର ବାପା ଦୈତାରି ଚନ୍ଦନ କେଗାଁ ଥାନାରେ ଗତ ୨୩ ତାରିଖରେ ଏକ ଲିଖିତ ଅଭିଯୋଗ କରିଥିଲେ । ମୃତକ ପ୍ରେମଶିଳା ପାଞ୍ଚମାସ ହେଲା ଗର୍ଭବତୀ ଥିଲା । ଯାହା ମୃତକର ପିତାମାତା ପ୍ରକାଶ କରିଥିଲେ । କେଗାଁ ଥାନା ପୋଲିସ ଏ ସଂକ୍ରାନ୍ତରେ ୧୩୭/୨୦୨୧ ରେ ଏକ ମାମଲା ରୁଜ୍ଜୁ କରି ଭାରତୀୟ ପିଙ୍ଗଳ କୋଡ଼୍ ର ଦଫା ୪୯୮(କ), ୩୦୪(ଖ), ୩୪/୦୪ ଧାରା ଅନୁଯାଇ ମୃତକର ସ୍ୱାମୀ କ୍ଷୀରସିନ୍ଧୁ ଗହୀରଙ୍କୁ କୋର୍ଟ ଚାଲାଣ କରିଥିଲେ । ଜଣକୁ କୋର୍ଟ ଚାଲାଣ କରିଥିବା ହେତୁ ମୃତକର ପିତାମାତା ଅସନ୍ତୋଷ ପ୍ରକାଶ କରି ଘଟଣା ପଛରେ ତାର ଶାଶୁ ଶ୍ୱଶୁର ସମସ୍ତେ ଲିପ୍ତ ଅଛନ୍ତି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଉ ବୋଲି ଦାବି କରି ଗତକାଲି କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ଥ ହୋଇଥିବା ମୃତକର ପିତାମାତା ପ୍ରକାଶ କରିଛନ୍ତି ।