
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ପୁରୀ ନାମକୁ ନବଦଳାଇ ସେହି ପୁରୀ ରଖିବା ପାଇଁ ଜିଲ୍ଳା ଯୁବ ଅଧିବକ୍ତା ସଂଘ ପକ୍ଷରୁ କଚେରୀ ଛକରେ ପ୍ରତିବାଦ କରାଯାଇଛି |ସଂଘ ଦାବୀ କରିଛି ପୁରୀ ନାମ ପରିବର୍ତନ ନେଇ ରାଜନୀତି କରାନଯାଉ, ପୁରୀ ନାମ କୁ ନେଇ ତଥା ଜଗନ୍ନାଥଙ୍କ ଯୌଗୁ ପୁରୀ ସମଗ୍ର ବିଶ୍ୱରେ ପରିଚିତ, ଜଗତ ଗୁରୁ ଶଙ୍କରାଚାର୍ଯ୍ୟାଙ୍କ ମତରେ ପୁରୀର ବିଭିନ୍ନ ନାମ ରହିଛି, ଏବଂ ପୁରୀ ନାମ କେଉଁ କାଳରୁ ରହିଛି | ରାମୟଣରେ ମଧ୍ୟ୍ୟ ପୁରୀ ନାମ ମଧ୍ୟ୍ୟ ବର୍ଣ୍ଣନା କରାଯଇଛି | ତେଣୁ ପୁରୀ ନାମକୁ ନ ବଦଳାଇବା ସହ ସଂଘ କହିଛି |ପୁରୀରେ ଅନେକ ସମସ୍ୟା ଅଛି, କିନ୍ତୁ ସେହି ସମସ୍ୟାକୁ ବିଭିନ୍ନ ଅନୁଷ୍ଠାନ ଓ ରାଜ୍ୟନୀତିକ ଦଳ ଲୋକଲୋଚନକୁ ନ ଆଣିବା ଦୁଃଖ ଓ ଲଜ୍ୟାର ବିଷୟ ବୋଲି ପୁରୀ ଜିଲ୍ଳା ଯୁବ ଅଧିବକ୍ତା ସଂଘ କହିଛି |
ଉକ୍ତ ପ୍ରତିବାଦରେ ସଂଘର ଆବାହକ ଅନିଲ କୁମାର ସାହୁ, ସଭାପତି ବିଶ୍ୱଜିତ ପ୍ରଧାନ, ସୁଭାଶିଷ ମହାନ୍ତି, ସୁରେଶ ମହାପାତ୍ର, ଦେବାଶିଷ ଦାଶ, କର୍ଣ୍ଣବୀର ମହାପାତ୍ର, ଶକ୍ତିଧର ବିଶୋଇ, ସ୍ନେହାଶିଷ ପ୍ରଧାନ, ବନବାସ ବରାଳ,ହିମାଂଶୁ ମହାନ୍ତି, ପ୍ରଭାତ ଗୋଛାୟତ ପ୍ରମୁଖ ଉପସ୍ଥିତ ଥିଲେ |