ଭୁବନେଶ୍ୱର, ଆନ୍ଧ୍ର ଓଡିଶା ସୀମା ବିବାଦ ପ୍ରସଙ୍ଗରେ ଆସନ୍ତା ୯ତାରିଖ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡି ଓଡିଶା ଗସ୍ତରେ ଆସୁଛନ୍ତି । ରାଜ୍ୟସରକାର ବହୁ ପୂର୍ବରୁ ଏହି ଯେଉଁ ସୀମା ବିବାଦ ଲାଗି ରହିଛି ସେହି ବିଷୟରେ ଗୁରୁତ୍ୱ ଦେଇ ଆଲୋଚନା କରିବା ଆବଶ୍ୟକତା ଥିଲା, କିନ୍ତୁ ବହୁବିଳମ୍ବରେ ହେଲେ ମଧ୍ୟ ଏହି ବିଷୟରେ ଚିନ୍ତା କରିଛନ୍ତି । ସୀମା ବିବାଦକୁ ନେଇ ଯେଉଁ ସମସ୍ୟା ସୃଷ୍ଟି ହୋଇଛି, ତାର ସମାଧାନ ନିହାତି ଆବଶ୍ୟକ । ଓଡିଶା ସରକାର ଗମ୍ଭୀରତା ପୂର୍ବକ ସୀମା ବିବାଦ ପ୍ରସଙ୍ଗକୁ ଆନ୍ଧ୍ରପ୍ରଦେଶ ସରକାରଙ୍କ ସହ ଆଲୋଚନା କରି ସମାଧାନ କରନ୍ତୁ । ସୀମା ବିବାଦକୁ ନେଇ ଆଗାମୀ ଦିନରେ ଦୁଇ ରାଜ୍ୟ ମଧ୍ୟରେ ସୁସଂପର୍କ ପ୍ରତିଷ୍ଠା ବଜାୟ ରଖିବା ପାଇଁ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଦୃଢ ଏଜେଣ୍ଡା ପ୍ରସ୍ତୁତ କରନ୍ତୁ । ଏହି ଆଲୋଚନାରେ ଓଡିଶାର ସ୍ୱାର୍ଥ ଯେପରି ହାନି ନହୁଏ, ସେ ଦିଗରେ ମୁଖ୍ୟମନ୍ତ୍ରୀ ନିହାତି ଦୃଷ୍ଟି ରଖିବା ଆବଶ୍ୟକ ବୋଲି ରାଜ୍ୟ ଗଣମାଧ୍ୟମ ବିଭାଗ ପ୍ରମୁଖ ଦିଲୀପ ମଲ୍ଲିକ କହିଛନ୍ତି