ଭୁବନେଶ୍ୱର, ପେଟ୍ରୋଲ ଓ ଡିଜେଲ ଦର ହ୍ରାସ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାଧାରଣଲୋକଙ୍କୁ ଦୀପାବଳି ପ୍ରଦାନ କରିଛନ୍ତି । ଡିଜେଲ ଉପରେ ୧୦ଟଙ୍କା ଓ ପେଟ୍ରୋଲ ଉପରେ ୫ଟଙ୍କା ହ୍ରାସ କରାଯାଇଛି । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ମୋଦି ସରକାର ପେଟ୍ରୋଲ ଓ ଡିଜେଲର ଦର ହ୍ରାସ କରିବା ପରେ ବିଜେପି ଶାସିତ ରାଜ୍ୟଗୁଡିକ ଭାଟ୍ ପରିମାଣକୁ କମାଇଲେ । ଉତର ପ୍ରଦେଶ ସରକାର ପେଟ୍ରୋଲ ଓ ଡିଜେଲ୍ ଉପରେ ୧୨ଟଙ୍କା, ଗୁଜୁରାଟ ସରକାର ପେଟ୍ରୋଲ ଉପରେ ୧୨ଟଙ୍କା ଓ ଡିଜେଲ୍ ଉପରେ ୧୭ଟଙ୍କା, କର୍ଣ୍ଣାଟକ ସରକାର ପେଟ୍ରୋଲ ଉପରେ ୧୨ଟଙ୍କା ଓ ଡିଜେଲ୍ ଉପରେ ୧୭ଟଙ୍କା ହ୍ରାସ କରିଛନ୍ତି । ଅନ୍ୟ ପଟେ ଓଡିଶା ସରକାର ମାତ୍ର ୩ଟଙ୍କା କମାଇଛନ୍ତି । ଅତ୍ୟନ୍ତ ପକ୍ଷେ ରାଜ୍ୟବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଓଡିଶା ସରକାର ଆହୁରି ୧୪ଟଙ୍କା କମାଇବାକୁ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଦାବୀ କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ଉର୍ମିଳା ମହାପାତ୍ର, ଗଣମାଧ୍ୟମ ପ୍ରମୁଖ ଦିଲୀପ ମଲ୍ଲିକ୍ ଓ ସହ ସଂଯୋଜକ ସୁଜିତ୍ କୁମାର ଦାସ ଉପସ୍ଥିତ ଥିଲେ ।