ଭୁବନେଶ୍ୱର, ରାଜ୍ୟରେ ଚୁକ୍ତିଭିତିକ କର୍ମଚାରୀଙ୍କ ଦରମା ବୃଦ୍ଧି ପାଇଛି । ଏନେଇ ଅର୍ଥ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଚଳିତ ମାସଠାରୁ ବର୍ଦ୍ଧିତ ଦରମା ଲାଗୁ ହେବା ନେଇ ବିଜ୍ଞପ୍ତି ଜାରି କରାଯାଇଛି ।
ଏହି ବିଜ୍ଞପ୍ତି ଅନୁଯାୟୀ, ମାସିକ ୮୦୭୦ ଟଙ୍କା ପାଉଥିବା ଚୁକ୍ତିଭିତିକ କର୍ମଚାରୀଙ୍କୁ ଏବେ ମିଳିବ ୧୦,୧୦୦ ଟଙ୍କା । ସେହିପରି ଯେଉଁମାନେ ୮୩୯୦ ଟଙ୍କା ପାଉଥିଲେ ସେମାନେ ୧୦,୫୦୦ ଟଙ୍କା ପାଇବେ । ୮୭୫୦ ଟଙ୍କା ପାଉଥିବା ଚୁକ୍ତିଭିତିକ କର୍ମଚାରୀଙ୍କୁ ୧୦,୯୦୦ ଟଙ୍କା ଓ ୮୮୮୦ ଟଙ୍କା ପାଉଥିବା କର୍ମଚାରୀଙ୍କୁ ୧୧,୧୦୦ ଟଙ୍କା ମିଳିବ । ସେହିପରି ୯ ହଜାର ପାଉଥିବା କର୍ମଚାରୀଙ୍କୁ ମିଳିବ ୧୧,୨୦୦ ଟଙ୍କା ।
୯୨୫୦ ଟଙ୍କା ଦରମା ପାଉଥିବା ଚୁକ୍ତିଭିତିକ କର୍ମଚାରୀଙ୍କୁ ୧୧,୫୦୦ ଟଙ୍କା, ୯୫୦୦ ଟଙ୍କା ପାଉଥିବା କର୍ମଚାରୀଙ୍କୁ ୧୧,୯୦୦ ଟଙ୍କା, ୧୦ ହଜାର ପାଉଥିବା କର୍ମଚାରୀଙ୍କୁ ୧୨,୫୦୦ ଟଙ୍କା ଏବଂ ୧୬,୮୮୦ ଟଙ୍କା ପାଉଥିବା କର୍ମଚାରୀଙ୍କୁ ମିଳିବ ୨୧,୧୦୦ ଟଙ୍କା ।