ରାଇରଙ୍ଗପୁର, ଛଠ୍ ପୂଜା କମିଟିର ଏକ ବିଶେଷ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକର ନିଷ୍ପତି ଅନୁଯାୟୀ, କରୋନା କଟକଣାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ମଧ୍ୟ ଛଠ୍ ପର୍ବ ଖଡକାଇ ନଇ ଘାଟରେ ଆୟୋଜିତ ହେବନାହିଁ । ସଭାପତି ବିଜୟ ରାମଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୈଠକରେ ସମସ୍ତ କାରଣଗୁଡ଼ିକ ଆଲୋଚନା ପରେ , ଉପସ୍ଥିତ ସମସ୍ତ ସଦସ୍ୟଙ୍କ ମତାନୁସାର ଏହି ନିଷ୍ପତ୍ତି ନିଆଯାଇଥିଲା । ପୁଲିସ ଓ ପ୍ରଶାସନ ସହିତ ଚର୍ଚ୍ଚା ପରେ ଏବଂ କରୋନାର ଭୟାବହତା ସହିତ ଭକ୍ତ ଓ ଉପାସକ ମାନଙ୍କ ସୁରକ୍ଷା ନିମନ୍ତେ ଏହି ନିଷ୍ପତି ନିଆଯାଇଛି ।
ଉପସଭାପତି ଅବଧେଶ ମିଶ୍ର ,ସନ୍ତୋଷ ସିଂହ , ସଂପାଦକ ରାଜେଶ ପ୍ରଜାପତି, ଛୋଟୁ ଯାଦବ, ମୟୁର ଗୁପ୍ତା, ପ୍ରଦୀପ ଶର୍ମା, ରଂଜୀତ ରାମ, ବୈଦ୍ୟନାଥ ସାଓ ଓ ଅନ୍ୟାନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ସମସ୍ତ ଭକ୍ତ ଓ ଉପାସକ ମାନଙ୍କୁ ଗୋଟିଏ ବାର୍ତ୍ତା ଦେଇଛନ୍ତି, ଏହି ବର୍ଷ ଛଠ ପୂଜା ଘରେ କରନ୍ତୁ, ଘରେ ରୁହନ୍ତୁ ଓ ସୁରକ୍ଷିତ ରୁହନ୍ତୁ ।