
ବଲାଙ୍ଗୀର, ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ନିକଟ ରେଳ ଧାରଣାରୁ ଏକ ମୃତଦେହ ଉଦ୍ଧାର କରାଯାଇଥିବା ଜିଆରପି ପୋଲିସ ସୂଚନା ଦେଇଛି । ସୂଚନା ଅନୁଯାୟୀ ପବିତ୍ର ସାହୁ ନାମକ ଜଣେ ରାଜମିସ୍ତ୍ରୀ କାମ କରିବାକୁ ବସ୍ ଯୋଗେ କଣ୍ଟାବାଞ୍ଜିକୁ ଆସିଥିଲେ । ମୃତ ପବିତ୍ରଙ୍କ ସହ କାର୍ଯ୍ୟ କରୁଥିବା ଅନ୍ୟ ସହକର୍ମୀ ଗତକାଲି ସେ ନିଜ ଘରୁ ବସ୍ ଯୋଗେ କଣ୍ଟାବାଞ୍ଜି ଆସିଥିବା ପ୍ରକାଶ କରିଛନ୍ତି । ଉକ୍ତ ଶବଟିକୁ ବ୍ୟବଚ୍ଛେଦ କରାଯିବା ନିମନ୍ତେ କଣ୍ଟାବାଞ୍ଜି ସରକାରୀ ଡାକ୍ତରଖାନାକୁ ପଠାଯାଇଥିବା ବେଳେ ତାଙ୍କ ମୃତ୍ୟୁ କିପରି ହୋଇଛି ଓ କେଉଁ କାରଣରୁ ହୋଇଛି ଜିଆରପି ପୋଲିସ ସେନେଇ ଅଧିକ ତଦନ୍ତ ଚଳାଇଛି । ଜିଆରପି ପକ୍ଷରୁ ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ ହୋଇଛି ।