-
ଏଆରସିଏସ ଓ ଡ଼ିଆରସିଏସଙ୍କୁ ଭେଟିଲେ ଚାଷୀ
ବଲାଙ୍ଗିର, ଚାଷୀ ସଂଗଠନ କୃଷକ ସଂଘର୍ଷ ସମିତି ନେତୃତ୍ୱରେ ଆଜି ବିଭିନ୍ନ ପ୍ରାଥମିକ କୃଷି ସମବାୟ ସମିତିର ସଭ୍ୟ ମାନେ କୃଷି ଋଣ ମହାଦୁର୍ନୀତିରେ ହୋଇଥିବା ତାଙ୍କର ଋଣ ଜାଲିଆତି ସମ୍ବନ୍ଧରେ ଅଭିଯୋଗ କରିବା ପାଇଁ ଏଆରସିଏସ ବଲାଙ୍ଗୀର, ଡ଼ି ଆରସିଏସ ବଲାଙ୍ଗୀର, ଭିଜିଲାନ୍ସ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ଭେଟି ପେକ୍ସ ସମ୍ପାଦକ ତଥା ବ୍ୟାଙ୍କର ଅସାଧୁ କର୍ମଚାରୀଙ୍କ ଏହି ଋଣ ମହାଦୁର୍ନୀତିରେ ପ୍ରତ୍ୟେକ୍ଷ ବା ପରୋକ୍ଷ ଭାବେ ସମ୍ପୃକ୍ତିକୁ ନେଇ ନିର୍ଦ୍ଦିଷ୍ଟ ସମୟ ସୀମା ଅବଧି ଭିତରେ ଉଚିତ ତଦନ୍ତ ଓ ସମ୍ପୃକ୍ତ କର୍ମଚାରୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ ଭାବରେ ବିହିତ କାର୍ଯ୍ୟନୁଷ୍ଠାନ ନିମନ୍ତେ ଦୃଢ଼ ଦାବୀ ଜଣାଇଥିଲେ । ସମ୍ପୃକ୍ତ ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ବିରୁଦ୍ଧରେ ଆବଶ୍ୟକ ସ୍ଥଳେ ଅପରାଧିକ ମାମଲା ରୁଜୁ କରିବା ପାଇଁ କୃଷକ ସଂଘର୍ଷ ସମିତିର ସଭାପତି ବିଭୁଦତ୍ତ ମିଶ୍ର ଚେତାବନୀ ଦେଇଛନ୍ତି ।
ଆଜିର ଏହି କାର୍ଯ୍ୟକ୍ରମରେ ଫଟକରା, ଛେମତଲା, ବୈରାସର, ବହାଲବୁକା, ଜୁନାହାପଦରର ବହୁ ଋଣୀଦାର ଚାଷୀ ଓ କୃଷକ ସଂଘର୍ଷ ସମିତିର ସଭାପତି, ଚାଷୀ ନେତା ମଧୁ ସୁଦନ କ୍ଷେତି, ସମାଜସେବୀ ସୁରଥ ପଟେଲ, ସୂଚନାକର୍ମୀ ଶଙ୍କର ପାଣିଗ୍ରାହୀ ସମ୍ପୃକ୍ତ ଅଧିକାରୀଙ୍କୁ ସାକ୍ଷାତ କରି ଅଭିଯୋଗ ପ୍ରଦାନ କରିଥିଲେ ।