ଜଗନ୍ନାଥ ହିଁ କୋଟି କୋଟି ମଣିଷର ପରିଚୟ, ତାଙ୍କ ବିନା ପୁରୀ, ଓଡ଼ିଶା ଭାରତର ପରିଚୟ ନାହିଁ। ସେହିଁ ବିଶ୍ୱ ଦେବତା, ତେଣୁ ପୁରୀର ନାମ ଜଗନ୍ନାଥ ପୁରୀ ନାମରେ ପରିଗଣିତ ହେବା ପାଇଁ ଆଜି ପୁରୀରେ ୩୦ରୁ ଅଧିକ ସଂଗଠନ, ସାଧୁସନ୍ଥ, ସେବାୟତ, ବୁଦ୍ଧିଯିବି ଏକାଠି ହୋଇ ଏଥିପାଇଁ ଦାବି ରଖିଛନ୍ତି | ହୋଟେଲ ନାୟକ ପ୍ଲାଜା ସମ୍ମିଳନୀ କକ୍ଷରେ ଶ୍ରୀ ଶ୍ରୀକ୍ଷେତ୍ର ସୁଚନା ପକ୍ଷରୁ ଆୟୋଜିତ ବୈଠକରେ ଅଂଶ ଗ୍ରହଣ କରି ନିଜ ନିଜର ପତିକ୍ରୀୟା ପ୍ରକାଶ କରିଥିଲେ।
ଦେଶ ବିଦେଶ ପୁରୀକୁ ଜଗନ୍ନାଥ ପୁରୀ ଭାବେ ପରିଚୟ ମିଳିଥାଏ। ଶହ ଶହ ବର୍ଷ ପୂର୍ବରୁ ପୌରାଣିକ ତଥ୍ୟରେ ଏହା ଜଗନ୍ନାଥ ପୁରୀ ଭାବରେ ରହିଥିଲା। ଜୟ ଦେବ ଗୀତ ଗୋବିନ୍ଦ ଠାରୁ ୧୮୨୩ ଗେଜେତିୟର ରେ ଏହାର ଜଗନ୍ନାଥ ପୁରୀ ନାମରେ ଉଲ୍ଲେଖ ରହିଛି। ଭାରତବର୍ଷର ବିଭିନ୍ନ ଧାର୍ମିକ ସ୍ଥାନ ଗୁଡିକ ପୁରୀ(ନଗରୀ) ଶବ୍ଦ ଯୁକ୍ତ ହୋଇ ରହିଅଛି ଯେପରିକି ଦ୍ବାରିକା, କାଞ୍ଚି, ମାୟା ଓ ଅବନ୍ତି ପୂରୀ ଆଡି ଅଟେ । ଏହି ଦୂର୍ସ୍ତାନ୍ତ କୁ ଗୁରୁତ୍ଵ ଦେଇ ପୁରୀର ନାମ କୁ ପରିପୂର୍ଣାତ ଓ ଆଧ୍ୟାତ୍ମିକତା ଯୁକ୍ତ କରିବା ପାଇଁ ” ଜଗନ୍ନାଥ ପୁରୀ”ନାମରେ ନାମିତ କରିବା ପାଇଁ ଦାବି କରାଯାଇଛି। ଏଥି ପାଇଁ ଏକ ତଥ୍ଯ ଭିତ୍ତିକ ଦାବିପତ୍ର ପୁରୀ ଜିଲ୍ଲାପାଳ , ଜିଲ୍ଲାର ସାଂସଦ ଓ ସମସ୍ତ୍ ବିଧାୟକ, ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଓ ପ୍ରଧାନମନ୍ତ୍ରୀ ଙ୍କୁ ପ୍ରଦାନ କରାଯିବ ବୋଲି ସର୍ବସର୍ମତି କ୍ରର୍ମେ ନିଷ୍ପତ୍ତି ନିଆଯିବ ।
ଖୁବ୍ ଶୀଘ୍ର ଏକ ଉଚସ୍ତରୀୟ ପ୍ରତିନିଧି ଦଳ ପୁରୀ ଜିଲ୍ଲାର ବିଭିନ୍ନ ସହର ଓ ଗ୍ରାମରେ ବୈଠକ କରୀବେ ବୋଲି ପ୍ରକାଶ କରିବା ସହ ଖୁବ୍ ଶୀଘ୍ର ଏହି ଦାବିକୁ ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପାଖରେ ପହଞ୍ଚିଵା ପାଇଁ ଜିଲ୍ଲାର ବିଭିନ୍ନ ବର୍ଗ ଓ ଶ୍ରେଣୀର ବ୍ୟକ୍ତି ବିଶେଷଙ୍କୁ ନେଇ ଏକ କ୍ରିୟାନୁଷ୍ଠାନ କମିଟି ଗଠନ କରାଯିବ ବୋଲି ଶ୍ରୀ ଶ୍ରୀକ୍ଷେତ୍ର ସୁଚନା ର ସଂପାଦକ ରାଜେଶ କୁମାର ମହାନ୍ତି ପ୍ରକାଶ କରିଚନ୍ତି। ଏହି ବୈଠକ ରେ ଡଃ ହରେକୃଷ୍ଣ ଶତପଥୀ, ପଣ୍ଡିତ ସୁର୍ଯ୍ୟ ନାରାୟଣ ରଥଶର୍ମା, ମହନ୍ତ ରାମକୃଷ୍ଣ ଦାସ, ସଦସ୍ୟ, ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି, ଗବେଷକ ନରେଶ ଦାଶ,ବଦ୍ରି ମିଶ୍ର, ଓଡିଶା ଯୁବ ଚେତନା ସଂଗଠନ, ପ୍ରସନ୍ନ କୁମାର ମିଶ୍ର,ଓଡିଶା ସଙ୍ଗୀତ ପରିଷଦ, କୈଳାଶ ଚନ୍ଦ୍ର ଟିକାୟତ ରାୟ , ଚକର୍ଧର ମହାପାତ୍ର, ସଂପାଦକ ,ପୂରୀ ପୁସ୍ତକ ମେଳା, ରାଜକିଶୋର ପାତ୍ର, ପରିଚାଳନା ନିର୍ଦ୍ଦେଶକ, ହୋଟେଲ ହୋଲିଡେ ରିଶୋର୍ଟ , ଗିରିଶ ନାୟକ, ପରିଚାଳନା ନିର୍ଦ୍ଦେଶକ, ନାୟକ ବିଚ୍ ରିଶୋର୍ଟ, ବିପିନ ଦଳେଇ, ପ୍ରିୟ ପାତ୍ର, ସନ୍ତୋଷ କୁମାର ମହାନ୍ତି, ଜିଲ୍ଲା ବରିଷ୍ଟ ନାଗରିକ ମଂଚ, ମନୋଜ ରଥ,ଜଗଦୀଶ ଚନ୍ଦ୍ର ପ୍ରଧାନ, ଜଟାଧାରୀ ମିଶ୍ର, ବିଶ୍ୱନାଥ ମିଶ୍ର, ଜୟନ୍ତୀ ମହାପାତ୍ର, ଭରତ ନାୟକ, କାର୍ତ୍ତିକ କୁମାର ଦାସ, ଶ୍ୟାମ ପ୍ରକାଶ ସେନାପତି, ସତ୍ୟବ୍ରତ ଦାସ, ନାରାୟଣ ପାତ୍ର, ହେକ୍ଟର ମିଶ୍ର, ସୁକାନ୍ତ ପଣ୍ଡା, ଡଃ ରମଚରଣ ଦାସ, ମଧୁସୂଦନ ମିଶ୍ର, ପ୍ରତିମା ମିଶ୍ର, କ୍ଷେତ୍ର ମୋହନ ସାହୁ, ଜିବନାନନ୍ଦ ମିଶ୍ର ଓ କୃଷ୍ଣ ଚନ୍ଦ୍ର ରଥ ଯୋଗୋ ଦେଇଥିଲେ।