
ପଟ୍ଟାମୁଣ୍ଡାଇ ,କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ସୁନାକର ବେହେରାଙ୍କ ସାନଭାଇ ପଞ୍ଚାନନ ବେହେରାଙ୍କର ଅକାଳ ବିୟୋଗର ଖବର ପାଇ କେନ୍ଦ୍ରାପଡା ଜିଲ୍ଲା ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ସହ ଜିଲ୍ଲା କାର୍ଯ୍ୟବାହ ବିନୋଦ ବିହାରୀ ଦାସ, ଜିଲ୍ଲା ପ୍ରଚାର ପ୍ରମୁଖ ସୁଧାଂଶୁ ଭୂଷଣ ତ୍ରିପାଠୀ, ଜିଲ୍ଲା ଧର୍ମଜାଗରଣ ପ୍ରମୁଖ ରାଜେନ୍ଦ୍ର କୁମାର ଗିରି ତାଙ୍କ ବାସଭବନରେ ପହଞ୍ଚି ଶୋକାକୁଳ ପରିବାରକୁ ସମବେଦନା ଜଣାଇବା ସହିତ ଶୋକପ୍ରକାଶ କରିଛନ୍ତି।ସେଇଭଳି ପଞ୍ଚାନନଙ୍କ ବିୟୋଗର ଖବର ପାଇ କଟକ ବିଭାଗ ସଂଘଚାଳକ ବିଶ୍ଵମ୍ଭର ପାଣି, ଜିଲ୍ଲା ସଂଘଚାଳକ ନିହାର ରଂଜନ ପଣ୍ଡା, ଜିଲ୍ଲା କାର୍ଯ୍ୟବାହ ବିରଞ୍ଚି ନାରାୟଣ ମହାପାତ୍ର, ସୁରେଶ ଚନ୍ଦ୍ର ନାୟକ,ପ୍ରଶନ୍ନଜିତ ଦାଶ ପ୍ରମୁଖ ଶୋକପ୍ରକାଶ କରିଛନ୍ତି।