
ନୂଆପଡା, ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ହାତୀବନ୍ଧା ଗ୍ରାମ ପଞ୍ଚାୟତ ର ଚାରପାଲି ଗ୍ରାମରେ ଅର୍ଜୁନ ବାଗ ବାସ୍ତୁ ଶାସ୍ତ୍ରରେ ନିପୁଣ ବ୍ୟକ୍ତିତ୍ଵ ଭାବରେ ଦେଶ ତଥା ବିଦେଶ ରେ ବେଶ୍ ସୁନାମ ଅର୍ଜନ କରିଛନ୍ତି। ତାଙ୍କର ଏହି ସଫଳତା ପାଇଁ ସିନାପାଲି ଗର୍ବ ଅନୁଭବ କରୁଛି। ତାଙ୍କର ସାଧନା ରେ ସଫଳତା ଯୋଗୁଁ ଶ୍ରୀ ବାଗ ଙ୍କୁ ବିଶ୍ବ ଜ୍ୟୋତିଷ ଗବେଷଣା କେନ୍ଦ୍ର ଆଜୀବନ ସଦସ୍ୟ ଭାବରେ ସ୍ଥାନିତ କରିଛି। ୧୯୯୭ ମସିହା ସେପ୍ଟେମ୍ବର ୨୭ ତାରିଖ ଦିନ ପିତା ମଦନ ବାଗ ଓ ମାତା ମାଧବୀଲତା ବାଗ ଙ୍କ ଔରସରୁ ଜନ୍ମଲାଭ କରି ଗ୍ରାମ ର ପ୍ରାଥମିକ ବିଦ୍ୟାଳୟ ରେ ପାଠ ପଢିବା ସହ ହାତୀବନ୍ଧା ହାଇସ୍କୁଲ ରେ ମାଟ୍ରିକ ପାସ କରିଥିଲେ। ପରେ ସମ୍ୱଲପୁର ବିଶ୍ଵବିଦ୍ୟାଳୟ ଜ୍ୟୋତିବିହାର ରୁ ସ୍ନାତକ ଡିଗ୍ରୀ ଏହାପରେ ନାଗାର୍ଜୁନ ବିଶ୍ଵବିଦ୍ୟାଳୟ ରୁ ଶିକ୍ଷା ରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ଜ୍ୟୋତିଷ ଶାସ୍ତ୍ର ଆଡକୁ ମନବଳାଇଥିଲେ। ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟ ପୁରୀ ଓ ଭାରତୀୟ ବିଦ୍ୟଭବନ ଦିଲ୍ଲୀ ରେ ଜ୍ୟୋତିଷ ଶାସ୍ତ୍ର ରେ ବିଦ୍ୟା ଅଧ୍ୟୟନ କରି କାଳକ୍ରମେ ଜ୍ୟୋତିଷ ଶାସ୍ତ୍ର ରେ ନିଖୁଣ ଗଣନା କରି ରାଜ୍ଯ ତଥା ଦେଶ ପାଇଁ ଗୌରବ ଆଣି ଦେଇଛନ୍ତି। ସେ ବସ୍ତୁବିତ ବିଶ୍ଵକର୍ମା କଳ୍ପ ପୁରସ୍କାର, ଜ୍ୟୋତିଷ ଶାସ୍ତ୍ରୀ, ଜ୍ୟୋତିଷ ରତ୍ନ, ଜ୍ୟୋତିଷ ବିଦ୍ୟା ବାରିଧି, ଜ୍ୟୋତିଷ ଭୂଷଣ, ଜ୍ୟୋତିଷ କଳନିଧି ସମେତ ଅନେକ ପୁରସ୍କାର ଓ ଉପାଧିରେ ମଣ୍ଡିତ ହୋଇଛନ୍ତି। ନେପାଲ ଓ ଆମେରିକା ରେ ମଧ୍ଯ ପୁରସ୍କୃତ ଓ ସମ୍ମାନିତ ହେଇଛନ୍ତି। ବର୍ତ୍ତମାନ ନୂଆଦିଲ୍ଲୀ ସ୍ଥିତ ମହର୍ଷି ପଳାଶ ଜ୍ୟୋତିଷ ଓ ବାସ୍ତୁ ଅନୁସନ୍ଧାନ କେନ୍ଦ୍ର ର ପରିଚାଳକ ଥିବା ବେଳେ ଓଡିଶଜ୍ୟୋତିଷ ସମିତି ର ବ୍ରାଣ୍ଡ ଅମ୍ବା ସଡର ଭାବରେ କାର୍ଯ୍ୟ ତୁଲାଇ ବେଶ୍ ପ୍ରଶଂସା ସାଉଁଟି ପାରିଛନ୍ତି। ବର୍ତ୍ତମାନ ଏହି ବିଶ୍ବ ସଂଗଠନରେ ଆଜୀବନ ସଦସ୍ୟ ଭାବରେ ମନୋନୀତ କରିଥିବାରୁ ସିନାପାଲି ଅଞ୍ଚଳରେ ଖୁସି ର ଲହରୀ ଖେଳିଯାଇଛି।