ଭୁବନେଶ୍ୱର, ଭୁବନେଶ୍ୱରସ୍ଥିତ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରର ନିଜସ୍ୱ ପୁସ୍ତକ ପଠନ ଗୃହ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆୟୁକ୍ତ ତଥା ଶାସନ ସଚିବ ଡଃ ସୁରେଶ ଚନ୍ଦ୍ର ଦଳାଇଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି । ଭୁବନେଶ୍ୱରରେ ରହି ବିଭିନ୍ନ ପ୍ରତିଯୋଗିତାମୂଳକ ସେବା ପରୀକ୍ଷା ନିମନ୍ତେ ନିଜକୁ ପ୍ରସ୍ତୁତ କରୁଥିବା ବିଦ୍ୟାର୍ଥୀମାନେ ନିଜସ୍ୱ ପୁସ୍ତକ ନେଇ ଏହି ପଠନ ଗୃହରେ ଅଧ୍ୟୟନର ସୁବିଧା ପାଇପାରିବେ । ଯାହାଫଳରେ ବିଭିନ୍ନ ପାର୍କ ଓ ଅନ୍ୟ ସ୍ଥାନରେ ଖୋଲା ଆକାଶ ତଳେ ପଢାପଢ଼ି କରୁଥିବା ବିଦ୍ୟାର୍ଥୀମାନେ ଏହାଦ୍ୱାରା ଉପକୃତ ହୋଇପାରିବେ ବୋଲି ଶାସନ ସଚିବ ଓ ନିର୍ଦ୍ଦେଶ ମତବ୍ୟକ୍ତ କରିଛନ୍ତି । କାର୍ଯ୍ୟକ୍ରମରେ ନିର୍ଦ୍ଦେଶକ ରଂଜନ କୁମାର ଦାସ ଉପସ୍ଥିତ ଥିଲେ ।