ଭୁବନେଶ୍ୱର , ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ମନରେଗା ଟଙ୍କା ମାଗିଛନ୍ତି ହେଲେ ପୂର୍ବରୁ ପାଇଥିବା ଅର୍ଥ କେମିତି ଖର୍ଚ୍ଚ କଲେ ତାର ହିସାବ ଦେବାକୁ ପ୍ରସ୍ତୁତ ନୁହନ୍ତି । ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୩୫୭୭ କୋଟି ଟଙ୍କା ପାଇ ସାରିଛନ୍ତି ହେଲେ ବାକି ଟଙ୍କା ପାଇବାର ସର୍ତ ପୂରଣ ନ କରି ଆହୁରି ଅର୍ଥ ମାଗିବା ହାସ୍ୟାସ୍ପଦ ବୋଲି ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର ଟ୍ୱିଟ୍ ଜରିଆରେ କହିଛନ୍ତି ।
ବାକି ଟଙ୍କା ପାଇବାର ସର୍ତ ଯଥା ୟୁସି ଦେବା, ସମୟ ସୀମା ଭିତରେ କାମ ପୂରଣ କରିବା, ଅଡିଟ କରେଇବା ଆଦି କାମ ନ କରି ମୁଖ୍ୟମନ୍ତ୍ରୀ ନବୀନ ବାବୁ ମନରେଗା ଗାଇଡଲାଇନର ଉଲ୍ଲଙ୍ଘନ କରିବା ସହ ଏଥିରେ ବ୍ୟାପକ ଦୁର୍ନୀତି ହୋଇଛି ବୋଲି ପରୋକ୍ଷରେ ସ୍ୱୀକାର କରୁଛନ୍ତି । ଗତ କାଲି ଆହୁରି ୮୭୫ କୋଟି ମୋଦିଜୀ ମନରେଗା ପାଇଁ ରାଜ୍ୟକୁ ଦେଲେ । ୨୦୨୦-୨୧ ରେ ମାତ୍ର ୨୧% କାମ ଶେଷ ହୋଇପାରିଛି, ୨୦୨୧-୨୨ରେ ବର୍ତମାନ ସୁଦ୍ଧା ମାତ୍ର ୩% କାମ ଶେଷ ହୋଇଥିବାବେଳେ ହେଲେ ସବୁ ପଇସା କେମିତି ଖର୍ଚ୍ଚ ହୋଇଗଲା ! ନବୀନବାବୁ କହିଲେ ଫେରିଥିବା ପ୍ରବାସୀ ଶ୍ରମୀକ ଦାଦନ ଖଟିବାକୁ ପୁଣି ନଯିବାରୁ ଅଧିକ କାମ ଦରକାର ପଡୁଛି, ଏଣୁ ଶ୍ରମ ଦିବସ ୨୫ କୋଟିକୁ ବଢାଯାଉ । ହେଲେ ଏମାନଙ୍କୁ କାମ ଦେବା ନାଁ ରେ ସ୍କିଲ ମ୍ୟାପିଂ ପାଇଁ କେନ୍ଦ୍ର ପଇସା କିଏ ଆତ୍ମସାତ କରିଛନ୍ତି ତାର ହିସାବ ଦିଅନ୍ତୁ । ରାଜ୍ୟ ସରକାର ନିଜେ ରୋଜଗାର ତିଆରି କରିବାପାଇଁ କ’ଣ କରିଛନ୍ତି ବୋଲି ଡ.ଲେଖାଶ୍ରୀ ଟ୍ୱିଟ୍ ଜରିଆରେ ପ୍ରଶ୍ନ କରିଛନ୍ତି ।