
ଭୁବନେଶ୍ୱର – ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋଡର଼୍ ଭୁବେନଶ୍ୱର ଦ୍ୱାର ଆୟୋଜିତ ଜାତୀୟ ଖଦି ଓ ଗ୍ରାମୋଦ୍ୟୋଗ ପ୍ରଦର୍ଶନୀ ଓ ବିକ୍ରୟ ମେଳା ଖଦି ବଜାର ଉଦଯାପିତ ହୋଇଯାଇଅଛି । ଉଦଯାପନୀ ସମାରୋହରେ ବୋଡର଼୍ର ସଭାପତି ସଂଗ୍ରାମ କେଶରୀ ପାଇକରାୟ ମେଳାର ସଫଳତା ପାଇଁ ସନ୍ତୋଷ ବ୍ୟକ୍ତ କରିବା ସହିତ ଅଂଶଗ୍ରହଣକାରୀ ସମସ୍ତ ଉଦ୍ୟୋଗୀ ଜଳସାଧାରଣ ଓ ବୋଡର଼୍ର କର୍ମଚାରୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ଲଘୁଚାପ ଜନିତ ବର୍ଷା କାରଣରୁ ଦୁଇ ତିନି ଦିନ ଖଦି ବଜାରର ବିକ୍ରିବଟା ସୂଚାରୁରୂପେ କରାଯାଇ ପାରିଲା ନାହିଁ । ତେଣୁ ପ୍ରଦର୍ଶନୀର ଅବଧିକୁ ଆଉ ଗୋଟିଏ ଦିନ ବୃଦ୍ଧି କରାଯାଇଥିଲା । ଦୀର୍ଘ ୧୧ ଦିନ ବ୍ୟପୀ ଅନୁÂିତ ଏହି ମେଳାରେ ବିହାର ପଶ୍ଚିମ ବଙ୍ଗ, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ ତଥା ଆମ ରାଜ୍ୟର ବିଭି୍ନ ଜିଲ୍ଲାରୁ ୭୦ରୁ ଅଧିକ ଉଦ୍ୟୋଗୀ ଅଂଶ ଗ୍ରହଣ କରି ସେମାନଙ୍କର ସାମଗ୍ରୀ ପ୍ରଦର୍ଶିତ କରିବା ସହିତ ଏହାର ବିକ୍ରୟ କରିଥିଲେ । ପ୍ରାୟ ଏକ କୋଟିରୁ ଅଧିକ ମୂଲ୍ୟର ସାମଗ୍ରୀ ବିକ୍ରୟ କରାଯାଇଛି । ପ୍ରତ୍ୟହ ସନ୍ଧ୍ୟାରେ ଓଡ଼ିଶାର ପାରମ୍ପରିକ ନୃତ୍ୟ ଓ ଗୀତର କାର୍ଯ୍ୟକ୍ରମ ଅନୁÂିତ ହୋଇଥିଲା । ଏହା ସହିତ ଓଡ଼ିଶାର ପାରମ୍ପରିକ ଖାଦ୍ୟର ଷ୍ଟଲ ମଧ୍ୟ ଖୋଲା ଯାଇଥିଲା । ଦୈନିକ ପାଂଚ/ଛଅ ହଜାରରୁ ଅଧିକ ଲୋକ ଏହି ମେଳା ପରିଦର୍ଶନ ପାଇଁ ଆସୁଥିଲେ । ଆଗାମୀ ବାଲିଯାତ୍ରା ମହୋତ୍ସବରେ ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋଡର଼୍ ଦ୍ୱାରା ଆର୍ଥିକ ସହାୟତା ପ୍ରାପ୍ତ ଏକକମାନେ ଯୋଗଦାନ କରି ସେମାନଙ୍କର ସାମଗ୍ରୀ ପ୍ରଦର୍ଶନ କରିବେ । ଏହି ଅବସରରେ ଅଂଶଗ୍ରହଣକାରୀ ସମସ୍ତ ମଣ୍ଡପକୁ ସାର୍ଟିଫିକେଟ ପ୍ରଦାନ ସହିତ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ହୋଇଥିବା ତିନୋଟି ପ୍ରମୁଖ ମଣ୍ଡପକୁ ସମ୍ବର୍ଦ୍ଧିତ କରାଯାଇଥିଲା । ଭୁବନେଶ୍ୱରର ପ୍ରମୁଖ ଅନୁÂାନ ଶିଶୁ ଜାଗରଣ ମଂଚ ଦ୍ୱାରା ଆୟୋଜିତ ଚିତ୍ରାଙ୍କନ ଓ ପ୍ରବନ୍ଧ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ବୋଡର଼୍ର ସଚିବ ସରୋଜ କୁମାର ପଟେଲ ଉପସ୍ଥିତ ଜନସାଧାରଣ, ଉଦ୍ୟୋଗୀ ଓ ଗଣମାଧ୍ୟମର ସମସ୍ତ ସାମ୍ବାଦିକ ବନ୍ଧୁମାନଙ୍କୁ ଧନ୍ୟବାଦ ଜଣାଇବା ସହିତ ଆଗାମୀ ଦିନ ମାନଙ୍କରେ ସକ୍ରିୟ ସହଯୋଗ ପାଇଁ ଅନୁରୋଧ କରିଥିଲେ । ବୋଡର଼୍ର ଉପସଚିବ ରେଣୁପ୍ରଭା ନାୟକ ଓ ତ୍ରିଯୋଗୀ ନାରାୟଣ ଦାଶ ଉଦ୍ୟାପନୀ ସମାରୋହ ପରିଚାଳନା କରିଥିଲେ ।