କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ସ୍ବର୍ଗରଥକୁ ଆଜି ଲୋକାର୍ପିତ କରିଛନ୍ତି । ଶବକୁ ସ୍ବର୍ଗଦ୍ବାର ପର୍ଯ୍ୟନ୍ତ ଆଣିବା ନିମନ୍ତେ ଏହା ବାହାକ ଭାବେ କାର୍ଯ୍ୟ କରିବ । ପୁରୀ ପୌରଞ୍ଚଳ ଓ ପୌରାଞ୍ଚଳ ସୀମାର ୧୦ କିଲୋମିଟର ମଧ୍ୟରେ ଏହି ସେବା ଉପଲବ୍ଧ ହେବ । ପୌରାଞ୍ଚଳ ମଧ୍ୟରେ ସାତ ଶହ ଓ ପୌରାଞ୍ଚଳ ସୀମାର ୧୦ କିଲୋମିଟର ମଧ୍ୟରେ ୧୨ ଶହ ଟଙ୍କା ଦେବାକୁ ହେବ । ଏଥିନିମନ୍ତେ ୦୬୭୫୨-୨୯୧୨୯୧ ନମ୍ବରକୁ ଫୋନ କରି ଏହି ସେବା ଉପଲବ୍ଧ କରିହେବ । ଓଏମସି ପକ୍ଷରୁ ଏହି ଗାଡି ଯୋଗାଇ ଦିଆଯାଇଛି । ଏହାଦ୍ବାରା ପୁରୀ ପୌରାଞ୍ଚଳର ବାସିନ୍ଦା ମାନେ ଏହି ସବୁଦିନିଆ ସେବା ପାଇପାରିବେ । ଏଥିସହ ଜିଲ୍ଲାପାଳ ଶବ ସତ୍କାର କ୍ଷେତ୍ରରେ ଉତ୍ତମ ସେବା ଯୋଗାଇ ଦେଇଥିବା ସତ୍କାର ସେବକ ଶ୍ରୀ ଅଭୟ ନାୟକ, ଶ୍ରୀ କୈଳାଶ ନାୟକ, ଶ୍ରୀ ଗଙ୍ଗୁ ନାୟକଙ୍କ ସମେତ ଅନ୍ୟ କନିଷ୍ଠ, ସହାୟକ, ସୁରକ୍ଷା ଓ ପରିମଳ ସେବକଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରିଛନ୍ତି । ଜିଲ୍ଲାପାଳ ଶ୍ରୀ ବର୍ମା ସ୍ବର୍ଗଦ୍ବାର ବୁଲି ଦେଖିବା ସହ ଜାରି ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । କାର୍ଯ୍ୟକୁ ତ୍ବରାନ୍ବିତ କରି ଯଥାଶିଘ୍ର ସମ୍ପୂର୍ଣ୍ଣ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅବସରରେ ଉପ ଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ, ସ୍ବର୍ଗଦ୍ବାର ପରିଚାଳନା କମିଟି ସଭ୍ୟ ଶ୍ରୀ ସିଦ୍ଧାର୍ଥ ରାୟ, କଟକି ମଠ ମହନ୍ତ ପ୍ରମୁଖ ଉପସ୍ଥିତ ଥିଲେ |
Related Stories
November 22, 2024